ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଏକ ସସ୍ଥ ସମାଜ ଗଠନ ଓ ଗଣତାନ୍ତ୍ରୀକ ମୂଲ୍ୟବୋଧର ପ୍ରତିଷ୍ଠା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାର ପ୍ରତିନିଧିମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରିଥାନ୍ତି ଅନୁଷ୍ଠିତ ସାଧାରଣ ପରିଷଦ ବୈଠକକୁ ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ସରୋଜିନୀ ସିଂହ ଉଦଘାଟନ କରିଥିବାବେଳେ, ମୁଖ୍ୟ ଅତିଥି ଭାବେ ଉପଖଣ୍ଡସ୍ତରୀୟ ପୁଲିସ ଅଧିକାରୀ ଜଳନ୍ଧର ଜାଲି ମୁଖ୍ୟ ଅତିଥି, ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା, ଯୁବନେତା ପ୍ରବୀର ଜେନା ଓ ଭଗତ ସେନାର ଆବାହକ ସୀତାଂଶୁ ଖେଶର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଜାଲି ପୁଲିସ ଓ ସାମ୍ବାଦିକଙ୍କ ମଧ୍ୟରେ ଜନ୍ଦା ଓ ଗୁଡ଼ର ସମ୍ପର୍କ ଥିବା କହିଥିବାବେଳେ, ସମ୍ମାନିତ ଅତିଥି ଶ୍ରୀ ଜେନା ସମାଜ ପାଇର୍ ଗଠନମୂଳକ ମନୋଭାବ ଆପଣେଇବା ଓ ଶ୍ରୀ ମହାପାତ୍ର ଗଣମାଧ୍ୟମ ପ୍ରତିନିଧିମାନେ ସମାଜର ଦର୍ପଣ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତାଙ୍କ ନାମ ସଂଘର ରାଜ୍ୟ ସମ୍ପାଦକ ଅପୂର୍ବ ରାୟ ଘୋଷଣା କରିଥିଲେ । ଆଶିଶ ଅମିତାଭ ମହାପାତ୍ର ଜିଲ୍ଲାସଂଘର ସାଧାରଣ ସମ୍ପାଦକ ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିବାବେଳେ, ଚାରୁଦତ୍ତ ନାୟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଅବିନାଶ ପଣ୍ଡା ଆବାହକ, ସତ୍ୟ ଭୂଷଣ ସ୍ୱାମୀ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ଉପସଭାପତି ଭାବେ ରାଜେନ୍ଦ୍ର ଶତପଥି, ଜ୍ଞାନ ରଂଜନ ଦାସ, ରାଜେଶ ଦାସ, ସୁଧାକର ଦାସ, ଦିପ୍ତୀରଂଜନ ନାୟକଙ୍କ ନାମ ଉପସଭାପତି , ନୀରଦ କୁମାର ଦାସ, ସରୋଜ ସେଠୀ, ସ୍ୱାଧୀନ ଦାସ, ରମେଶ ପାଗଲ, ଜଗବନ୍ଧୁ ବେହେରା, ଅତିଶ ଦାସ, ଆଶିଶ ମହାନ୍ତି, ଅଶ୍ୱିନୀ ପାଢ଼ୀ ଯୁଗ୍ମ ସମ୍ପାଦକ ଓ ଭଣ୍ଡାରରିପୋଖରୀ ବ୍ଲକ ସଭାପତି ଭାବେ ଶ୍ୟାମସୁନ୍ଦର ମହାପାତ୍ରଙ୍କ ନାମ ଘୋଷଣା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧିନ ଧର, ଅଶୋକ ଦାସ, ପ୍ରୟାସ ସାହୁ, ରାକେଶ ରାଉତ, ମାନଗୋବିନ୍ଦ ନେଜା, ଦେବାଶିଷ ରାଉତ, ବିବେକାନନ୍ଦ ସାମଲ, ଗୌରାଙ୍ଗ ଦାସ, ସରୋଜ ସେଠୀ, ଜୀବନାନନ୍ଦ ନାୟକ, ହରିହର ମହାନ୍ତି, ମୃତ୍ୟୁଞ୍ଜୟ ସେନାପତି, ଶ୍ୟାମସୁନ୍ଦର ନାୟକ, ଏସ ନାୟକ, ସୁଧାକର ଦାସ, ରଂଜନ ପଣ୍ଡା, କଳ୍ପତରୁ ପରିଡ଼ା, ସୁବ୍ରତ ଦିକ୍ଷୀତ୍, ମନୋଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଉପଦେଷ୍ଟା ଭାବେ ରାମନାରୟଣ ନାୟକ, ଅନିଲ ନାୟକ, ପ୍ରକାଶ ମହାପାତ୍ର, ନାଗାର୍ଜୁନ ରାୟଙ୍କ ନାମ ଘୋଷଣା କରାଯାଇଥିଲା ।