ହେଡଲାଇନସ୍:

କନ୍ଧମାଳର ପର୍ଯ୍ୟଟନ ସମ୍ପଦକୁ ଅଣଦେଖା : ପର୍ଯ୍ୟଟନ ସ୍ଥଳ ଭାବରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି - କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଯାହାକି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ଅବସ୍ଥିତ  । ଗଞ୍ଜାମ ଜିଲ୍ଲାରୁ କନ୍ଧମାଳ ଜିଲ୍ଲାକୁ ଯିବାପାଇଁ ହେଲେ ୨୧୭ ରାଜପଥରେ ଅତି ସୁନ୍ଦର କଳିଙ୍ଗା ଘାଟିର ମନୋରମ ପ୍ରାକୃତିକ ପରିବେଶ ଦେଇ ଯିବାକୁ ପଡିଥାଏ  । କଳିଙ୍ଗା ଘାଟିର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍‍ ଆକୃଷ୍ଠ କରିଥାଏ  । ଏହି ଘାଟିର ମଝିରେ ଅନ୍ଧାରକୋଟ ଠାରେ ଥିବା  ଝରଣା ବେଶ୍‍ ମନୋରମ  । ଅନ୍ଧାରକୋଟ୍‍ ଠାରୁ ହିଁ ଆରମ୍ଭ ହୋଇଥାଏ ଘୁ.ଉଦୟଗିରି ବ୍ଲକ ଓ କନ୍ଧମାଳ ଜିଲ୍ଲାର ପରିସୀମା  । ଘୁ.ଉଦୟଗିରି ବ୍ଲକର ତାମାତ୍ରା ଦାର୍ଜିଲିଙ୍ଗ୍‍ ଠାରୁ କିଛି କମ୍‍ ନୁହେଁ । କନ୍ଧମାଳ ଜିଲ୍ଲା ଓ ଘୁ.ଉଦୟଗିରି ବ୍ଲକର ସୀମା ଆରମ୍ଭ ହେବା କ୍ଷଣୀ ଡାର୍ଜିଲିଙ୍ଗ୍‍ ଭଳି ଥଣ୍ଡା ଅନୁଭୂତ ହୋଇଥାଏ  । ଯାହାକି ପର୍ଯ୍ୟଟକଙ୍କୁ ବେଶ୍‍ ଆକୃଷ୍ଠ କରିବା ପାଇଁ ଯଥେଷ୍ଠ  । ଘୁ.ଉଦୟଗିରି ବ୍ଲକ ଠାରେ ବର୍ଷକ ମଧ୍ୟରେ ୮ ମାସ ପର୍ଯ୍ୟନ୍ତ ଶୀତ ଅନୁଭୂତ ହୋଇଥାଏ  । ଏହା ନଭେମ୍ୱର ମାସରୁ ଥଣ୍ଡା ଆରମ୍ଭ ହେବା ସହ ଘନ କୁହୁଡି ଓ ପ୍ରବଳ ମାତ୍ରାରେ ଶୀତ ଅନୁଭୂତ ହୋଇଥାଏ  । 

ଏହି ବ୍ଲକରେ ରହିଅଛି କାକାଲବାକି, ସିର୍କି ଘାଇ ଭଳି ଅନେକ ପର୍ଯ୍ୟଟନ ସ୍ଥଳୀ |  ହେଲେ ପରିତାପର ବିଷୟ ଯେ ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ନିମନ୍ତେ ପ୍ରଶାସନର କୌଣସି ତତ୍ପରତା ଦେଖା ଦେଇନାହିଁ  । ଘୁ.ଉଦୟଗିରିର ତାପମାତ୍ରା ମାପିବା ସହ ସର୍ବ ସାଧାରଣରେ ପ୍ରକାଶ କରିବା ନିମନ୍ତେ ସରକାରଙ୍କ ତରଫରୁ ଏକ ତାପମାପ ଯନ୍ତ୍ର ମଧ୍ୟ ରଖାଯାଇଅଛି  । ଯାହାକି ଦୀର୍ଘ ବର୍ଷ ହେବ ଅଚଳ ହୋଇ ରହିଅଛି  । ଯାହାପାଇଁ  ଘୁ.ଉଦୟଗିରି ତାପମାତ୍ରାର ସୂଚନା ଜନସାଧାରଣ 

ଠାରେ ପ୍ରକାଶ  ପାଇ ପାରୁନାହିଁ  । ତାମାତ୍ରା ମାପକ ଯନ୍ତ୍ର ମରାମତୀ କରି ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବା ପାଇଂ ସାଧାରଣରେ ଦାବୀ ହୋଇଥିଲେ ମଧ୍ୟ ପ୍ରଶାସନର କୌଣସି ପ୍ରକାର ତତ୍ପରତା  ଦେଖାଦେଇ ନାହିଁ  । ଏହା ସହ ଘୁ.ଉଦୟଗିରି ଠାରେ ଥିବା ସିର୍କି ଘାଇ, କାକଲ ବାକି ପର୍ଯ୍ୟଟନ ସ୍ଥଳି ଭାବରେ ବିକାଶ କରିବା ପାଇଁ ସମାଜ ସେବୀ ଗଗନ କୁମାର ପ୍ରଧାନ, ରମାକାନ୍ତ ମହାପାତ୍ର, ବିନୟ ଚନ୍ଦ୍ର ପ୍ରଧାନ , ଦିଲ୍ଲୀ ନାୟକ, ଦେବନାଥ ଦଳବେହେରା, ଅବଦୁଲ୍‍ ବାରୀ, ମୁନା 

ପଣ୍ଡା ଓ ଅନ୍ୟମାନେ ୧୬.୦୧.୨୦୧୯ ରିଖରେ ଭାରତର ପ୍ରଧାନ ମନ୍ତ୍ରୀ, ଭାରତୀୟ ପର୍ଯ୍ୟଟନ ବିଭାଗ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଓଡ଼ିଶା ପର୍ଯ୍ୟଟନ ବିଭାଗ , ଜିଲ୍ଲାପାଳ, ଉପ-ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି  । ଯଦି  ସରକାର ଘୁ.ଉଦୟଗିରି ବାସୀଙ୍କ ଦାବୀ ପ୍ରତୀ କର୍ଣ୍ଣପାତ ନକରନ୍ତି, ତାହାହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି  ।

 

0
0
0
s2sdefault