ହେଡଲାଇନସ୍:

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଗଣଧାରଣା ନଅ ଦିନ ବିତିଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଉପଜିଲ୍ଲାପାଳ ପଦ୍ମପୁରଙ୍କ କାର୍ଯ୍ୟାଳୟ ସମ୍ମ୍ୟୁଖରେ ମିଳିତ କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ ଚାଲିଥିବା ଗଣଧାରଣା ନବମ ଦିନରେ ପହଂଚିଛି  ।ପତ୍ୟେକ ଦିନ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ ମାନେ ଗଣ ଧାରଣାରେ ସାମିଲ ହେଉଛନ୍ତି । ସେହିକ୍ରମରେ ନବମ ଦିନରେ ସୁନ୍ନି ମୁସଲିମ ଜମାତର ସଭାପତି ନଜମୁଲ ହୋଦା,ଗୁଲାମ ଜିବିରିଆ ଓ ସମ୍ପାଦକ ସମିଉଲ ହୁସେନ,ମହମ୍ମ  ୱାହିଦଙ୍କ ନେତୃତ୍ୱରେ  ସୁନ୍ନି ମୁସଲିମ ଜମାତର ସଦସ୍ୟ ମାନେ ମସଜିଦ ଠାରୁ ବାହରି ପଦ୍ମପୁର ସହର ପରିକ୍ରମା କରିବା ସହ ଉପଜିଲ୍ଲ୍ାପାଳଙ୍କ କାର୍ଯ୍ୟାଳୟକୁ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ ଓ ଗଣଧାରଣାରେ ସାମିଲ ହୋଇଥିଲେ । ମିଳିତ କ୍ରିୟାନୁଷ୍ଠାନ  କମିଟିର ଆବାହକ ଅଜିତ କୁମାର ଶତପଥି,ନାଗରିକ କମିଟିର ଗୋବିନ୍ଦ ଅଗ୍ରୱାଲ,ବରିଷ୍ଠ  ଆଇନଜିବୀ ଗୌନ୍ତିଆ କୁମାର ସାହୁ,ବିଜେଡି ନଗର ସଭାପତି ନବକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ  । ଅନ୍ୟ ପକ୍ଷରେ ପଦ୍ମପୁର ଓକିଳ  ସଂଘର ସାଧାରଣ ବୈଠକରେ ପଦ୍ମପୁର ଜିଲ୍ଲ୍ା ଗଠନ ଦାବୀକୁ ସମର୍ଥନ କରି ଅଗାମୀ ୩୧/୦୧/୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନେ୍ଦାଳନ ସହ ପ୍ରତ୍ୟହ ସଂଘର ୫ ଜଣ ସଦସ୍ୟ ଗଣଧାରଣାରେ ସାମିଲହେବା ପାଇଁ ନିଷ୍ପତି ହୋଇଥିବା ସଂଘର ସଭାପତି ଯୋଗେନ୍ଦ୍ର ଭୋଇ ସୂଚନା ଦେଇଛନ୍ତି ।

          ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ଆନେ୍ଦାଳନକୁ ସମର୍ଥଣ କରି ପଦ୍ମପୁର ଅଂଚଳର ତିନି ଜଣ ଯୁବକ ଡିଲେଶ୍ୱର ବାଗ,ମାନସ ସୁନା ଓ ଯଶୋବନ୍ତ ସାହୁ ଏକ ସାଇକେଲ ଶୋଭାଯାତ୍ରାରେ ବରଗଡ ଜିଲ୍ଲାପାଳ  ଅଫିସ ଅଭିମୁଖେ  ବାହାରିଥିଲେ  । ମିଳିତ କ୍ରିୟାନୁଷ୍ଠାନ  କମିଟିର ଆବାହକ ସବୁଜ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରାଇଥିଲେ  ।ପଦ୍ମପୁରରୁ ବରଗଡ ଯିବା ରାସ୍ତାରେ ସର୍ଗିବାହାଲ,ଟାଲ,ମେଲଛାମୁଣ୍ଡା ଓ ସୋହେଲା ପ୍ରମୁଖ ସ୍ଥାନରେ ସେମାନଙ୍କୁ ଜନସାଧାରଣ ପୁଷ୍ପମଲ୍ୟ ଦେଇ ସ୍ୱାଗକ କରିବା ସହ ଉତ୍ସାହିତ କରିଥିଲେ  ।ସେମାନେ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ  ।

 

0
0
0
s2sdefault