-
#ଉଠିଲା କଳା ସାହିତ୍ଯ ଅଭିବୃଦ୍ଧି ସହ ବିକାଶ ପ୍ରସଙ୍ଗ
-
#ଲିପ୍ସା ଚନ୍ଦନ ଙ୍କ ଗୀତରେ ଝୁମିଲେ ଦର୍ଶକ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି)ଗୁଣପୁର,୨୫l୧(ଆପ୍ର)-ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଙ୍କ ଉଦେଶ୍ୟରେ ଶ୍ରଦ୍ଧା ସୁମନ ଜଣାଇ ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ର ତୃତୀୟ ରଜନୀ ଆରମ୍ଭ ହୋଇଛି। ଏହି ସମାରୋହରେ ଆଜି ବଂଶଧାରା ସ୍ମରଣିକା ଲୋକାର୍ପଣ ହୋଇଛି। ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଜି ମୁଖ୍ଯ ଅତିଥି ରୁପେ ମଞ୍ଚରେ ଉପସ୍ଥିତ ରହି ଅନୂସୁଚିତ ଜାତି ଓ ଜନଜାତି ଉନ୍ନୟନ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ ଯୋଗଦେଇ..... କହିଥିଲେ। ବିଶିଷ୍ଟ ଅତିଥି ଭାବେ ସମାଜସେବୀ ତଥା ପୁର୍ବତନ ସୂଚନା କମିସନ ଜଗଦାନନ୍ଦ ଯୋଗଦେଇ......କହିଥିଲେ। ଏହି ଅବସରରେ ଶିକ୍ଷକ ଦିଲ୍ଲୀପ ଚୌଧୁରୀ ଙ୍କ ଦ୍ବାରା ନିର୍ଦ୍ଧେଶିତ ମୋ ସ୍ବଛ ଗୁଣପୁର ଆଲବମ୍ ଲୋକାର୍ପଣ ହୋଇ ଯାଇଥିଲା। ସମାଜ ପାଇଁ ଅବଦାନ ଥିବା ବରିଷ୍ଠ ନାଗରିକ ସିମାଦ୍ରୀ କ୍ରିଷ୍ଣା, ସୂର୍ଯ୍ୟ ନାୟକ, ଶୁବାସ ରଥ, ରମାକାନ୍ତ ପାଢି, ତାଙ୍ଗୁଡୁ ନାଗଭୂଷଣ ଓ ଫକିର ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗୀତରେ ପ୍ରଥମ ସ୍ଥାନ ଅଧିକାର କରି ମଞ୍ଚରେ ସୁମଧୁର ସଙ୍ଗୀତ ଗାନ କରିଥିବା ସ୍ନେହାଶୃତି ପାଢିଙ୍କୁ ସମ୍ମାନିତ କରା ଯାଇଥିଲା। ଏହି ସମାରୋହରେ ଉତ୍ସବ ପରିଚାଳନା କମିଟି ର ସଭାପତି ତଥା ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ଜିଆଇଇଟି ବିଶ୍ୱବିଦ୍ୟାଳୟର ଉପ ସଭାପତି ଡଃ ଚନ୍ଦ୍ରଧ୍ଵଜ ପଣ୍ଡା ଓ ପବ୍ଲିକ ପ୍ରସିକ୍ଯୁଟର ପ୍ରଦିପ ଦାଶ ମଞ୍ଚାସିନ ଥିଲେ। ନବ ନିର୍ମାଣ ସମିତିର ସମ୍ପାଦକ ରଂଜିତ ପାଢି ସମ୍ପାଦକିୟ ବିବରଣୀ ପାଠ କରି ଏ ଅଞ୍ଚଳର କଳା ସାହିତ୍ୟ ର ଅଭିବୃଦ୍ଧି କଥା ଉଠାଇ ସହର ର ବିଦ୍ଯାଳୟ, ମଠ, ମନ୍ଦିର, ଷ୍ଟାଡିୟମ୍, ରେଳବାଇ ବିକାଶ ଠାରୁ କୋଭିଡ୍ ବେଳେ ସମିତିର ସେବା ଭୂମିକା ଉପରେ ଟିକିନିଖି ଦର୍ଶାଇଥିଲେ। ଏହାସହ ଗୁଣପୁରରୁ ହାଇଦ୍ରାବାଦ କୁ ଟ୍ରେନ ଚଳାଚଳ, ଦ୍ବିତୀୟ ବାଇପାସ୍, ଦ୍ବିତୀୟ ପୋଲ, ଡାକ୍ତର ନିଯୁକ୍ତି, ବଂଶଧାରା ଜଳର ବ୍ଯବହାର ଦାବି ଉଠାଇଥିଲେ। ସମିତିର ଉପ ସଭାପତି ଉମା ଦାସ ସ୍ବାଗତ ଭାଷଣ ଓ ଅତିଥି ନିମନ୍ତ୍ରଣ କରିଥିବା ବେଳେ
ଉତ୍ସବ କମିଟିର ସମ୍ପାଦକ ସୁଦର୍ଶନ ଶବର ଧନ୍ୟବାଦ ଅର୍ପଣ କରିଥିଲେ। ଜନଜାତି କଳା ସଂସ୍କୃତି ଷ୍ଟଲ କରି ପ୍ରସଂଶା ସାଉଁଟିଥିବା ଆୟୋଜକଙ୍କୁ ଏହି ମଞ୍ଚରେ ସମ୍ମାନିତ କରା ଯାଇଥିଲା।
ଶେଷରେ ସାମୁହିକ ବନ୍ଦେ ମାତରମ୍ ସଙ୍ଗିତ ଗାନ ହୋଇଥିଲା। ସଭାପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଲିପ୍ସା ମହାପାତ୍ର ଓ ଡଃ ଚନ୍ଦନ ଗନ୍ତାୟତ ଙ୍କ ସଙ୍ଗୀତରେ ଝୁମିଥିଲେ ଦର୍ଶକ। ଆଜିର ଏହି କାର୍ଯ୍ୟକ୍ରମରେ ବଂଶଧାରା ର ସମ୍ପାଦିକା ଡଃ ଇନ୍ଦିରା ଅଧିକାରୀ, ସହ ସମ୍ପାଦକ ରମେଶ ମିଶ୍ରଙ୍କ ସମେତ ଆବାହକ ରାଜେଶ ପାଢି, କାର୍ଯ୍ଯକାରି ସଭାପତି ତଥା ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ରମେଶ ଲିମା, କୈଳାସ ଦାସ, ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ, ବିଜେପି ଜିଲ୍ଳା ବିଜେପି ସଭାପତି ଗୋପୀ ଆନନ୍ଦ, ପୁର୍ବତନ ସଭାପତି ଶିବ ଉଲାକା, ଯୂବନେତା ବାପି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
କମିଟି ର ରାମ ପଣ୍ଡା, ପ୍ରଶାନ୍ତ ମିଶ୍ର, ଇପିଲି ସାବରିସ, ଦିନେଶ ଅଧିକାରୀ, ବି ସତିଶ କୁମାର, ଅଜିତ ପଣ୍ଡା, ମୁନା ପାଢି, ତ୍ରିନାଥ ଦାସ, ରବି କୁମାର, ଶିବ ସାହୁ, ଦେବୀ ରଥ, ସିମାଦ୍ରୀ ଭେଙ୍କେଟ କ୍ରିଷ୍ଣା, ଶିବରାମ କୃଷ୍ଣ ଡାକୁଆ ପ୍ରମୁଖ ସହଯୋଗ କରିଥିଲେ।








