ଭୁବନେଶ୍ୱର ତା.୨୫/୦୧ : ଶିକ୍ଷାନୁଷ୍ଠାନର ସୁନାମ ବଜାୟ ରଖିବା ସହିତ ଏହାର ସାମଗ୍ରିକ ବିକାଶ ଏବଂ ଶ୍ରୀବୃଦ୍ଧି କ୍ଷେତ୍ରରେ ପୁରାତନ ଛାତ୍ର ଛାତ୍ରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନର ଛାତ୍ର ସମାଜ ଏଥିପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି । ଚୌଦ୍ୱାର ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ଇଂରାଜୀ ନବ ବର୍ଷ - ୨୦୨୬ ଉପଲକ୍ଷେ ଆଜି ପୂର୍ବାହ୍ନ ୧୧ଟା ସମୟରେ ମହାବିଦ୍ୟାଳୟ ପରିସରସ୍ଥ ପ୍ରେକ୍ଷାଳୟରେ ଆୟୋଜିତ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇ ବକ୍ତାମାନେ ଶିକ୍ଷାନୁଷ୍ଠାନର ବିକାଶ ପରିପ୍ରେକ୍ଷୀରେ ପୁରାତନ ଛାତ୍ର ଛାତ୍ରୀମାନଙ୍କର ଅବଦାନ ସଂପର୍କରେ ସ୍ମୃତି•ରଣ କରିଥିଲେ । ସଂସଦର ସଭାପତି ବିବେକାନନ୍ଦ ଜେନାଙ୍କ ପୌରହିତରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁରାତନ ଛାତ୍ରୀ ତଥା ଓଡ଼ିଶା ପୋଲିସର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ମିନାକ୍ଷୀ ପ୍ରଧାନ, ବିଶିଷ୍ଟ ସମାଜସେବୀ ଅଞ୍ଜନ କୁମାର ଜେନା, ବିଶିଷ୍ଟ ଉଦ୍ୟୋଗୀ ବିବେକାନନ୍ଦ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ରକ୍ଷା ସହିତ ପୁରାତନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକତା, ସଂହତି ଓ ଭାଇ•ରା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସକ୍ରିୟ ସହଯୋଗ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କ ପକ୍ଷରୁ ବରିଷ୍ଠ ଅଧ୍ୟାପକ ମିଲନ ରାଉତରାୟ, ଏନ୍.ସି.ସି ଅଧ୍ୟାପକ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସଦର ସମ୍ପାଦକ କେଶବ ଚନ୍ଦ୍ର ସାହୁ, ବରିଷ୍ଠ ସଦସ୍ୟ ବିଚିତ୍ରାନନ୍ଦ ସାହୁ, ବିଭୁତି ସାହୁ, କଳ୍ପନା ସାମନ୍ତରାୟ, କବିତା ପରିଡ଼ା, ରେଣୁବାଳା ସ୍ୱାଇଁ, ରବିନାରାୟଣ ସାହୁ, ଝୁଲେନ୍ଦ୍ର ନାୟକ, ଚିତ୍ତ ରଞ୍ଜନ ନାୟକ, ରବିନ୍ଦ୍ର ମହାପାତ୍ର, ଅକ୍ଷୟ ଭୂୟାଁ, ତ÷୍ରଲୋକ୍ୟନାଥ ଖୁଣ୍ଟିଆ, ଶ୍ରୀନିବାସ ସାହୁ, କୃଷ୍ଣପ୍ରସାଦ ମହାନ୍ତି, ସୌମିତ୍ର କୁମାର ସ୍ୱାଇଁ, ମୁରଲିଧର ବେହୁରା, ଅଞ୍ଜନ ଜେନା, ସୁଧାକର ମହାପାତ୍ର, ବିବେକାନନ୍ଦ ବେହେରା, ନଗେନ୍ଦ୍ର ନାଥ ପରିଡ଼ା, ଡ. ପ୍ରମୋଦ କୁମାର ଓଝା, କ୍ଷୀରୋଦ ବେହେରା, ସତ୍ୟପ୍ରିୟ ମିଶ୍ର ପ୍ରମୁଖ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।








