ବିଜେପୁର,(ଶାସକ ପ୍ରଶାସକ )- ବରଗଡ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ କୁର୍କୁଟା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୀନା କାଣ୍ଡଙ୍କ କୃତିତ୍ୱ କୁ ନେଇ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ବରଗଡ ଜିଲ୍ଲାର ବିରମାଲ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଯୋଗାସନ ପ୍ରତିଯୋଗିତ। ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଏହି ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୀନା କାଣ୍ଡ ବାଳିକା ବିଭାଗରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ । ରୀନା ଆଗାମୀ ଦିନରେ ହୋକୁ ଥିବା ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ବରଗଡ ଜିଲ୍ଲା ତରଫୁର ପ୍ରତିନିଧିତ୍ୱ କରିବାର କୃତିତ୍ୱ ଅର୍ଜ୍ଜନ କରିଛନ୍ତି । ଫଳରେ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ରୀଡା ଶିକ୍ଷକ ଦଶରଥ ଗଡତିଆ ଉଦେ୍ଧଶ୍ୟ ଜ୍ଞାପନ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
ରାଜ୍ୟ
ପଂଚାୟତ ଉଚ୍ଚ ବିଦ୍ୟାଳୟ କୁର୍କୁଟାର କୃତିତ୍ୱ
- Hits: 510
