-
ମୋଟ୍ ୪୪୯ ଗ୍ରାହକ ‘ଉଲା ଯୋଜନା’ ଅଧିନରେଏକ କିଲୋୱାଟ୍ ସୋଲାର ପ୍ୟାନେଲ୍ ସ୍ଥାପନ କରିଛନ୍ତି ।
-
ଏମାନଙ୍କ ମଧ୍ୟରୁ୧୭୭ଜଣ ଗ୍ରାହକଙ୍କ ନଭେମ୍ବର ମାସର ବିଦ୍ୟୁତ୍ ବିଲ୍ ଶୂନ ହୋଇଛି ।
-
ଏହି ମଡେଲ ଅଧିନରେ ୫,୬୨୨ ଟଙ୍କା ପ୍ରଦାନ ନିଜ ଘରର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିପାରିବେ ।
ବୁର୍ଲା, ୨୧ଜାନୁୟାରୀ୨୦୨୬:ଗ୍ରାହକ ସଶକ୍ତିକରଣ ଏବଂ ସ୍ଥାୟୀ ଶକ୍ତି ପ୍ରତି ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ ପୂର୍ବକ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ପରିଚାଳିତ ‘ଉଲା ମଡେଲ’ ଅଧିନରେଏକ କିଲୋୱାଟ୍ ସୋଲାର ପ୍ୟାନେଲ୍ ସ୍ଥାପନ ଏବଂ ସାରା ଦେଶରେ ପ୍ରଚଳିତ ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଅଧିନରେ ସୌର ପ୍ୟାନେଲ ସଂସ୍ଥାପନରେ ଉଲ୍ଲେଖନୀୟ ଅଗ୍ରଗତି ରେକର୍ଡ କରାଯାଇଅଛି । ତେବେ ସୁଲଭ ମୂଲ୍ୟରେ ସ୍ଥାପନ ହୋଇପାରୁଥିବା ଏହି ଏକ କିଲୋୱାଟ୍ ରୁପଟପ୍ ସୋଲାର ପ୍ୟାନେଲକୁ ନିଜ ଘରର ଛାତରେ ଉପରେ ବସାଇ ଅନେକ ଗ୍ରାହକଙ୍କ ଗତ ଡିସେମ୍ବର ମାସରେ ବିଦ୍ୟୁତ୍ ବିଲକୁ ଶୂନ ହୋଇଯାଇଛି ।
ୟୁଟିଲିଟି ଲେଡ୍ ଏଗ୍ରିଗେସନ୍ ମଡେଲ୍ (ଉଲାମଡେଲ୍), ଯାହା ସାରା ଦେଶର ପ୍ରଚଳିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାର ଏକ ଅଂଶ ମଧ୍ୟ ଅଟେ । ଏହି ମଡେଲ୍ ଅଧିନରେ ଟିପିଡବ୍ଲୁଓଡିଏଲର ବିତରଣ ଅଞ୍ଚଳରେ ମୋଟ୍ ୪୪୯ ବିଦ୍ୟୁତ୍ ଗ୍ରାହକ ଏକ କିଲୋୱାଟ୍ ସୋଲାର ପ୍ୟାନେଲ୍ ସ୍ଥାପନ କରିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଗତ ନଭେମ୍ବର ମାସ ପାଇଁ ୧୭୭ ଜଣ ଗ୍ରାହକ ବିଦ୍ୟୁତ୍ ବିଲ୍ ଶୂନ୍ୟରେ ପରିବର୍ତ୍ତିତ ହୋଇପାରିଛି । ଏମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାରୁ୧୮ ଜଣ, ବଲାଙ୍ଗିରରୁ୧୯ ଜଣ, କଳାହାଣ୍ଡି ଏବଂ ନୂଆପଡ଼ାରୁ୧୧୨ ଜଣଏବଂ ସମ୍ୱଲପୁର ଜିଲ୍ଲାରୁ୧୬ ଜଣ ଏବଂ ରାଉରକେଲାରୁ ୧୨ ଜଣ ବିଦ୍ୟୁତ୍ ଗ୍ରାହକ ରହିଛନ୍ତି ।
ଏଠାରେ ଉଲ୍ଲେଖଥାଉ କି, ଉଲାମଡେଲ ଅଧିନରେ ସ୍ଥାପନ କରାଯାଉଥିବା ସମସ୍ତ ସୋଲାର ପ୍ୟାନେଲକୁ ସ୍ମାର୍ଟ ମିଟର ସହ ସଂଯୋଗ କରାଯାଏ । ଯାହା ଆପଣଙ୍କ ଘରର ବିଦ୍ୟୁତ୍ ସଂଯୋଗ ଏବଂ ସୌର ପ୍ୟାନେଲ ସଂଯୋଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସଠିକଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ବ୍ୟବହାରର ହିସାବ ସୁନିଶ୍ଚିତ କରିଥାଏ।
ସେହିପରି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାରେ ମଧ୍ୟ ସୌର ପ୍ୟାନେଲ୍ ସ୍ଥାପନରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ଟିପିଡବ୍ଲୁଓଡିଏଲର ବିତରଣ କ୍ଷେତ୍ରରେ ଏପର୍ଯ୍ୟନ୍ତ ୮,୩୫୯ ଜଣ ଗ୍ରାହକ ନିଜ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଗତ ଡିସେମ୍ବର ମାସରେ ୫,୧୧୨ ଜଣ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ଶୂନ୍ୟରେ ପରିବର୍ତ୍ତିତ ହୋଇଛି । ଜିଲ୍ଲାୱାରି ଏହି ସଂଖ୍ୟା ସମ୍ବଲପୁର ଜିଲ୍ଲାର ୧୧୧୧ ଜଣ ଗ୍ରାହକ, ବରଗଡ଼ ଜିଲ୍ଲାର ୮୭୯ ଜଣ ଗ୍ରାହକ, ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର୮୮୨ ଜଣ ଗ୍ରାହକ, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର୧୨୯୧ ଜଣ ଗ୍ରାହକ, ଏବଂ ସୁନ୍ଦରଗଡ଼ ଓ ରାଉରକେଲାର ୯୪୯ଜଣ ଗ୍ରାହକଙ୍କ ଡିସେମ୍ବର ମାସର ବିଦ୍ୟୁତ୍ ବିଲ୍ ଶୂନ ଆସିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉଲାଯୋଜନା ଅଧୀନରେ, ଗ୍ରାହକମାନଙ୍କୁ ଏକ କିଲୋୱାଟ୍ସୌର ପ୍ୟାନେଲ୍ ସ୍ଥାପନ କରିବା ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ପଡିବ ନାହିଁ, ଯାହା ସାଧାରଣତଃ ୭୦ ହାଜରଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଏହା ବଦଳରେ, ଯୋଗ୍ୟ ଗ୍ରାହକମାନେ କେବଳ ୫,୬୨୨ ଟଙ୍କା ପ୍ରଦାନ କରି (ଯେଉଁଥିରେ ସୌର ପ୍ୟାନେଲ ପାଇଁ ୧୮୭୫ ଟଙ୍କା ଏବଂ ସୌର ମିଟର ପାଇଁ ୩,୭୪୭ ଟଙ୍କା ଅନ୍ତର୍ଭୁକ୍ତ) ନିଜ ଘରର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିପାରିବେ । କମ୍ପାନୀ ପକ୍ଷରୁ ସମ୍ପୂର୍ଣ୍ଣ ସ୍ଥାପନ କାର୍ଯ୍ୟ ସମ୍ପାଦନ କରାଯିବ ଏବଂ ସମସ୍ତ ଯନ୍ତ୍ରପାତି ଉପରେ ପାଞ୍ଚ ବର୍ଷର ୱାରେଣ୍ଟି ଓ ସୌର ପ୍ୟାନେଲ ଉପରେ ୨୫ ବର୍ଷର ୱାରେଣ୍ଟି କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଅଛି । ଯାହା ଦୀର୍ଘକାଳୀନ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରୁଅଛି । ଏହିଯୋଜନା ଦେଶବ୍ୟାପି ପ୍ରଚଳିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ଏକ ଅଂଶ। ସମାଜର ନିମ୍ନ-ଆୟ ଗୋଷ୍ଠୀ ଏବଂ ମଧ୍ୟବିତ୍ତ ବର୍ଗର ଗ୍ରାହକମାନଙ୍କୁ ସଲଭ ମୂଲ୍ୟରେ ସୌର ପ୍ୟାନେଲ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଟେ ।








