ନବମାଷ୍ଟ୍ରଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସାକେରୀ ପଞ୍ଚାୟତ ଗୋଡି ପାଟଣା ଗ୍ରାମର ୮୭ ବର୍ଷିୟ ନବକୃଷ୍ଣ ପ୍ରଧାନଙ୍କର ବୁଧବାର ଅପରାହ୍ନରେ ପରଲୋକ ହୋଇଯାଇଛି । ଯୁବକ ସମୟରେ ଦୁର୍ଘଟଣା କାରଣରୁ ତାଙ୍କ ହାତରେ ଦୁଇ ପାପୁଲି କଟି ଯାଇଥିଲା । ତଥାପି ସେ ଭାଙ୍ଗି ପଡିନଥିଲେ। ଟିୟୁସନ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢ଼ାଇ ଉତ୍ତମ ମଣିଷ ଭାବରେ ଅନେକ ମଣିଷ ତିଆରି କରିଥିଲେ । କାନ୍ଧରେ ଟେକ୍ସନାରୀ ଜିନିଷ ଧରି ଗାଆଁକୁ ଗାଁ ବୁଲି ବ୍ୟବସାୟ କରୁଥିଲେ । ତାଙ୍କର ଦୁଇ ହାତ ପାପୁଲି କଟି ଯାଇଥିବାରୁ ରଥଯାତ୍ରା ବେଳେ ସେ ପୁରିଗଲେ ରଥ ଉପରେ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ପଣ୍ଡା ମାନେ ତାଙ୍କୁ ସ୍ବତଃ ପ୍ରବୃତ୍ତ ଭାବେ ଛାଡିଦେଉଥିଲେ । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଏକମାସ ଧରି ସଜ୍ୟାସାୟୀ ଥିଲେ । ଆଜି ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରରେ ଶୋକର ଛାୟା ଖେଳିଯାଇଛି । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

0
0
0
s2sdefault