ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୨୧/୦୧/୨୦୨୫ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପ୍ରତିବର୍ଷ ଭଳି ଚଳିତ ଶିକ୍ଷା ବର୍ଷ ରେ ମଧ୍ୟ୍ୟ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ ସ୍କୁଲ ପରିଚାଳନା କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି | ମାଛ ବିକାଳି, ରିକ୍ସା ଚାଳକ, ପନିପରିବା ବିକାଳି, ଠେଲାଵାଲା, ସଫେଇ କର୍ମଚାରି, ଠିକା ଶ୍ରମିକ, ଚା ବିକାଳି ସମେତ ଅନ୍ୟାନ୍ୟ ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ବହୁ ଛାତ୍ରଛାତ୍ରୀ ଘରୋଇ ସ୍କୁଲ ତଥା ଉତ୍ତମ ଶିକ୍ଷା ଦାନରୁ ବଞ୍ଚିତ ହେଉଛନ୍ତି | ଏଣୁ ସେମାନଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ଓ ମା ମାଟିର ନାମ ରଖିବେ ଏହି ଉଦ୍ଦେଶ୍ୟ ରଖି ସ୍କୁଲ ପରିଚାଳନା କମିଟି ନିଷ୍ପତ୍ତି ନେଇଛନ୍ତି ବୋଲି ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଏକ ସ୍ୱତନ୍ତ୍ର ବୈଠକ ରେ ଘୋଷଣା କରିଛନ୍ତି | ସ୍କୁଲ ର ଉପଦେଷ୍ଟା ମଣ୍ଡଳୀ ର ମୁଖ୍ୟ ସୁତ୍ତମ କୁମାର ନାୟକ ଧନ୍ୟବାଦ ଦେଇଥିଲେ | ସରିତା ବାଘେଲ, ଭବାନୀ ନାୟକ, ରୀନା ଡାକୁଆ ପ୍ରମୁଖ ସହଯୋଗ କରିଥିଲେ |








