ହେଡଲାଇନସ୍:

୧୨ରୁ ୧୮ ସୁଭଦ୍ରା ଶକ୍ତି ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ଵଜିତ ନାୟକ):- ନୟାଗଡ଼ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ନୟାଗଡ଼ ଷ୍ଟାଡିୟମ ପଡ଼ିଆଠାରେ ଆୟୋଜିତ ହେଉଛି । ଜାନୁଆରୀ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ । ଏହି ମେଳାରେ ୧୫୦ ଷ୍ଟଲ ନିର୍ମାଣ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀକୁ ବାଦ ଦେଇ ୨୦ଟି ବିଭିନ୍ନ ବିଭାଗୀୟ ଷ୍ଟଲ କରାଯାଇଛି । ଏହା ସହିତ ଫୁଡ୍ କୋର୍ଟ କରାଯାଇଛି । ଏହି ମେଳାକୁ ଆକର୍ଷଣୀୟ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ନେଇ ଜିଲ୍ଲାପାଳ ମଧୁମିତା ରଥ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମେଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ବିକ୍ରି କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଜିଲ୍ଲାବାସୀ ଭାଗୀଦାର ହୁଅନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ମେଳା ପାଇଁ ପ୍ରଚାର ପ୍ରସାରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆସନ୍ତାକାଲି ଉଦଘାଟନରେ ବାଚସ୍ପତିଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଯୋଗ ଦେବେ ବୋଲି ସୂଚନା ମିଳିଛି । ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

0
0
0
s2sdefault