ପଦ୍ମପୁର:- ସ୍ଥାନୀୟ ଭୋଇସାଗର ଡ୍ୟାମ୍ ଠାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅଭିଭାବକ ଶ୍ରୀଯୁକ୍ତ ପୃଥିରାଜ ସାହୁ ଓ ଶିକ୍ଷକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ମାର୍ଗ ଦର୍ଶନ କରିଥିଲେ l ଶିକ୍ଷା ବିକାଶ ସମିତି ବିଦ୍ୱତ୍ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗ ଦେଇ ବନବିହାର ର ମହତ୍ତ୍ଵ ବିଷୟ ରେ ଆଲୋକପାତ କରିଥିଲେ । ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ,ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର,ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ପ୍ରମୁଖ ମଞ୍ଚାସୀନ ଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକୁ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭାଇ ଭଉଣୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲ୍ୟାଣୀ ମିଶ୍ର ଗୁରୁମା ସଂଯୋଜନା କରିଥିଲେ । ଶେଷରେ ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ପରିଶେଷରେ ଭୋଜିଭାତ ର ଆସର ହୋଇଥିଲା ଏଥିରେ କିଶୋର ଭାରତୀ ଭାଇ ଭଉଣୀମାନେ ପରିବେଷଣ ରେ ମୁଖ୍ୟ ଭୂମିକା ନିଭାଇଥିଲେ l ହଜାର ସଂଖ୍ୟାରେ ଅଭିଭାବକ ଅଭିଭାବିକା ଭାଇ ଭଉଣୀ ଯୋଗ ଦେଇ ଥିଲେ lପରିଚାଲନା କମିଟି ସଭ୍ୟ,ମାତୃଭାରତୀ, ପୂର୍ବତନ ଛାତ୍ର ପରିଷଦ,ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା l
ରାଜ୍ୟ
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 9











