ହେଡଲାଇନସ୍:

ଦଳିତ ସଂଘ ତରଫରୁ ବାର୍ଷିକ ଦଳିତ ମହୋତ୍ସବ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ - ପଦ୍ମପୁର ଉପଖଣ୍ଡସ୍ଥ ଜମଲା ପଂଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ବିହାରୀ ଛତରଙ୍କ ଆବାହନରେ ଦଳିତ ସଂଘ ତରଫରୁ ଏକ ବିଶାଳ ବାର୍ଷିକ ମହୋତ୍ସବ ର ଆୟୋଜନ କରାଯାଇଥିଲା । ତେଜରାଜ ସୁନାଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା  । ଉକ୍ତ ସଭାରେ ଭୋଜରାଜ ବାଗ ମୁଖ୍ୟ ଅତିଥି ଏବଂ ନିଳମାଧବ ସୁନା,ବଳଦେବ ସୁନା,କୁମରମଣି ନଏକ,ଉପେଦ୍ର ଦୀପ ପ୍ରମୁଖ ସମ୍ମାାନିତ ଅତିଥି ଭାବରେ ଯୋଗଦେଇ ସମାଜ ର ଗଠନ ଦୃଢତା ଏବଂ ଏକତା ବିଷୟରେ ବକ୍ତବ୍ୟ ରଖିବା ସହ ବାବା ସାହେବ ଭିମ ରାଓ ଆମ୍ବେଦକର ଦେଖାଇ ଯାଇଥିବା ପଥ ଅନୁସରଣ କରି ଯୁବକ ମାନଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରିତ କରିଥିଲେ । ଏହା ସହ ସଭାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହ ଜନ ସାଧାରଣଙ୍କ ପାଇଁ ଉତ୍ସର୍ଗିକୃତ ମନୋଭାବ ନେଇ କାମ କରୁଥିବା ଜମଲା ସରପଂଚ ତୁଲାରାମ ବେହେରା,ଡା. ଶଙ୍କର ରାମଚନ୍ଦାନୀ,ପଙ୍କଜିନି ପ୍ରଧାନ,ଯୁବନେତା ରାଜୁ ଘିବେଲାଙ୍କୁ ଦଳିତ ସଂଘ ତରଫରୁ ଉପଢୌକନ  ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଦଳିତ ସମାଜର ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଦୀନବନ୍ଧୁ କୁମ୍ଭାର,ଅନିଲ ମହାନନ୍ଦ,ଗଣେଷ ମହାନନ୍ଦ,ତରଣୀ ସୁନା,ଟୁନା ବାଗ,ତେଜରାଜ ବାଗ ଓ ଗଜାନନ କ୍ଲବର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault