( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢାମ୍ବ ମୁଖ୍ୟ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟି ମୋଟରସାଇକେଲ ଚାଳକ ଓ ଆରୋହୀ କୋଦଳା ଥାନା କୁମୁଟି ସାହିର ଦୁଇ ପଡୋଶୀ ରୁଦ୍ର ନାରାୟଣ ଦାସ ଓ ରଶ୍ମିରଞ୍ଜନ ପାଢ଼ୀ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍କୁଟି ଚାଳକ ବାଣପୁର ଅଞ୍ଚଳର ପବିତ୍ର ବିନ୍ଧାଣି ଓ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ମୃତ ଯୁବକ ଦ୍ବୟ କବିସୂର୍ଯ୍ୟ ନଗର ଠାରୁ କୋଦଳା ଅଭିମୁଖେ ମୋଟରସାଇକେଲ ରେ ଯାଉଥିବା ବେଳେ ସାମ୍ନା ପଟୁ ୩ ଜଣ ଯୁବକ ସ୍କୁଟି ଯୋଗେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା ଓ ସମସ୍ତେ ରାସ୍ତା କଡ଼ରେ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ କବିସୂର୍ଯ୍ୟ ନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ଉକ୍ତ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ଓ ଗୁରୁତର ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିବା ସହ ମୃତ ଯୁବକ ମାନଙ୍କ ଶବ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ବୋଲି ପୋଲିସ କହିଛନ୍ତି।
ରାଜ୍ୟ
ସ୍କୁଟି ମୋଟରସାଇକେଲ ମୁହାଁମୁହିଁ : ଦୁଇ ମୃତ ତିନି ଗୁରୁତର, ଆହତ ଡ଼ାକ୍ତରଖାନାରେ
- Hits: 4











