ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାମନଗର ସ୍ଥିତ ପଡିଆରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ ପ୍ରତିଯୋଗିତାରେ ବିଜୟୀ ଲାଭ କରିଥିବା ଗଜପତି ଟିମ୍ କୁ ସମ୍ୱର୍ଦ୍ଧନା କରିଛନ୍ତି। ସେ ଉପସ୍ଥିତ ଥିବା ଟିମ୍ ମ୍ୟାନେଜର ଓ କୋଚ୍ ତଥା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେ କହିଛନ୍ତି ଏହିଭଳି ବିରଳ ଉଦ୍ୟମ ସେମାନଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ଶ୍ରେଷ୍ଠ ସ୍ଥାନକୁ ପହଞ୍ଚାଇପାରିଛି। ସେମାନେ ଏହି ବିଜୟରେ ଉଲ୍ଲସିତ ନହୋଇ ସଂଜମ ଓ ଶୃଙ୍ଖଳା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ରାମନଗରର ଖେଳ ପଡିଆକୁ ଆହୁରି ଉନ୍ନତି କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ସଭାପତି ଗାବରା ତିରୁପତି ରାଓ , ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ , ପୂର୍ବତନ କ୍ରିକେଟିୟର ଦେବାଶୀଷ ପାଢୀ , ବିଜୁ ଜନତା ଦଳର ସଭାପତି ପ୍ରଦୀପ ନାଏକ ତଥା ସାମ୍ୱାଦିକ ଗଣ ଉପସ୍ଥିତ ଥିଲେ।
ରାଜ୍ୟ
ରାଜ୍ୟସ୍ତରୀୟ ବିଜୟୀ ଗଜପତି ସ୍କୁଲ ଟିମ୍ କୁ ସମ୍ୱର୍ଦ୍ଧିତ କଲେ ପାରଳା ବିଧାୟକ
- Hits: 7











