ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଶୁକ୍ରବାର ୧୨ ତାରିଖ ଡିସେମ୍ବର ମାସ ୨୦୨୫ ଦିବସ ଭଞ୍ଜନଗର ବ୍ଳକ୍ ସମ୍ମିଳନୀ ଗୃହରେ ପ୍ରକଳ୍ପ ସ୍ତରୀୟ କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମିଲିମା କୁମାରୀ ପଣ୍ଡା ଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଡିଓ ପୁର୍ଣ୍ଣଚନ୍ଦ୍ର ପାଢ଼ୀ, ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା,ତହସିଲଦାର ଅଭିପ୍ସା ପଟ୍ଟନାୟକ,ଏ.ବି.ଓ ଗଜେନ୍ଦ୍ର ସେଠୀ ଭଞ୍ଜନଗର, ସି.ଇ.ଓ ଅଞ୍ଜଳି କୁମାରୀ ପଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଭଞ୍ଜନଗର , ଓ ଭଞ୍ଜନଗର ଉପଖଣ୍ଡ ର ସଂଗିତା ମିଞ୍ଜ୍ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଏହା ସହିତ ଆୟୋଜିତ କାର୍ଯ୍ୟକ୍ରମ ର ଅଞ୍ଚଳ ପରିଚାଳିକା ମାନେ, ସମସ୍ତ ଅଗଂନ ବାଡ଼ି କର୍ମୀ ମାନେ,କୋଣ ଅନୁକୋଣ ରୁ ଆସିଥିବା ମାଆ ମାନେ ଓ କିଶୋରୀ ବାଳିକା ମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାରମ୍ଭିକ ସଂଗୀତ ପରେ ସି.ଡି.ପି.ଓ ମିଲିମା ପଣ୍ଡା କାର୍ଯ୍ୟକ୍ରମ ର ଓ ସମସ୍ତ ଅତିଥି ମାନଙ୍କ ସୁଚନା ପ୍ରଦାନ କରିଥିଲେ। ଉପଜିଲ୍ଲାପାଳ କିଶୋର କିଶୋରୀ ମାନଙ୍କ ର ସୁପ୍ତ ଶକ୍ତିର , ଜାଗ୍ରତ କିପରି ଭାବରେ ହେବ, ତେଣୁ ଏହି ଆୟୋଜିତ ମଞ୍ଚ ହିଁ ଗୋଟିଏ ବଡ଼ ମାଧ୍ୟମ। ଏବଂ ସରକାରଙ୍କର ଏହି ଅଭିନବ ଯୋଜନା କୁ କହିବା ସହିତ ପ୍ରଶଂସା କରିଥିଲେ ଓ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ତହସିଲଦାର ଅଭିପ୍ସା ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ସବୁ କିଶୋରୀ ବାଳିକାମାନଙ୍କୁ ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜ ର ପ୍ରତିଭା କୁ ବିକଶିତ କରିବା ପାଇଁ ଏହା ଏକ ଅପୂର୍ବ ସୁଯୋଗ ବୋଲି ପ୍ରକାଶ କରିଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ପ୍ରତ୍ୟେକ ଟି କିଶୋରୀ ବା ଝିଅ ସମାନ୍ ଅଟନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଟି କିଶୋରୀ ବାଳିକା ମାନେ ଅଂଶ ଗ୍ରହଣ କରିଥିବା ରୁ ସମସ୍ତେ ସ୍ନେହଁ ଓ ପ୍ରଶଂସା ର ପାତ୍ର। ଏବଂ ସମସ୍ତେ ସବୁ କ୍ଷେତ୍ରରେ ଜାଗ୍ରତ ହେବାକୁ କହିଥିଲେ। ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମ ରେ କିଶୋରି ବାଳିକା ମାନଙ୍କ ନିମନ୍ତେ ପାଞ୍ଚ ଗୋଟି ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ସମସ୍ତେ ବଞ୍ଚିବା ସମ୍ନାନର ସହିତ ବଞ୍ଚିବା (ରଚନା), ବିଭିନ୍ନ ସଚେତନାତ୍ମକ ନିଜ ନିଜ ର ପ୍ରୋଜେକ୍ଟର ଭିଡିଓ ଉପସ୍ଥାପନ, ସଂଗିତ ପ୍ରତିଯୋଗିତା, ଡିଜିଟାଲ ୱ।ର୍କସ୍, ବିଭିନ୍ନ ସ୍ଵାସ୍ଥ୍ୟ ପୋଯୋଗି ଖାଦ୍ୟ ପ୍ରସ୍ତୁତ କରି ଉପସ୍ଥାପନା କରାଯାଇଥିଲା। ଯାହାଦ୍ଵାରା କିଶୋରୀ ବାଳିକାମାନଙ୍କ ଉପଯୁକ୍ତ ଜ୍ଞାନର ପରିପ୍ରକାଶ ହେବା ସହିତ ଏଥିରେ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ନିରିକ୍ଷଣ କରାଯାଇଥିଲା। କାର୍ଯ୍ୟକ୍ରମ ର ଆୟୋଜନ ଏତେ ସୁନ୍ଦର ଓ ସରସ ହୋଇଥିଲା ଯେ, ଉପସ୍ଥିତ ଅତିଥି ଓ କାର୍ଯ୍ୟକର୍ତ୍ତା ସଦସ୍ୟା କର୍ମକର୍ତ୍ତା ସମସ୍ତେ ଆନନ୍ଦ ବିଭୋର ହୋଇ ଉପଭୋଗ କରିଥିଲେ। ଉପସ୍ଥିତ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା କିଶୋରୀ ମାନଙ୍କୁ ସେମାନଙ୍କ ର ଦକ୍ଷତା ବିକାଶ ପରିକ୍ଷା ର ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅବସରପ୍ରାପ୍ତ ଶିକ୍ଷକ ସୁବାସ ତାରିଣୀ ସମସ୍ତ କିଶୋରୀ ମାନଙ୍କୁ ନିଜର ସ୍ନେହାଶିସ ବ୍ୟକ୍ତିଗତ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିବା ସହିତ ସାହସ ପ୍ରଦାନ କରି ସେମାନେ କିପରି ଭବିଷ୍ୟତରେ ଜଣେ ଜଣେ ଦକ୍ଷ ବ୍ୟକ୍ତିତ୍ବରେ ପରିଣତ ହୋଇ ଜିବନରେ ଆଗକୁ ଅଗ୍ରସର ହେବେ, ଏହିପରି ଭାବରେ ଅତି ସୁନ୍ଦର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ମଞ୍ଚାସିନ ସମସ୍ତ ଅତିଥି ମାନଙ୍କୁ ଭାଗ୍ୟଲତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଭଞ୍ଜନଗର ରେ ଶିଶୁ ବିକାଶ ବିଭାଗ ଯୋଜନା ଦ୍ଵାରା ପ୍ରତିଭା ଅନ୍ୱେଷଣକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
- Hits: 15











