ହେଡଲାଇନସ୍:

ବେଲଗୁଣ୍ଠା ମାଆ ବ୍ରାହ୍ମଣ ଦେବୀ ମନ୍ଦିର ରୁ ଚୋରୀ, ହୁଣ୍ଡି ଭାଙ୍ଗି ୨୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟ : ହଣ୍ଢା ହାଣ୍ଡି ଓ ନିକଟସ୍ଥ ଦୋକାନ ଭାଙ୍ଗି ଟଙ୍କା ଲୁଟ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଚୋର ମାନେ ବର୍ତ୍ତମାନ ବିଭିନ୍ନ ମନ୍ଦିରକୁ ଟାର୍ଗେଟ କରି ତାଲା ଭାଙ୍ଗି ଚୋରୀ କରିବା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ବେଲଗୁଣ୍ଠାର ମାଁ ବ୍ରାହ୍ମଣ ଦେବୀ ମନ୍ଦିର ଓ ପରିସରରେ ଥିବା ଏକ ଦୋକାନରୁ ଚୋରି କରିଥିବା ଘଟଣା ବେଲଗୁଣ୍ଠା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।ମିଳିଥିବା ସୂଚନା ଅନୁଯାୟୀ, ଗତ କାଲି ରାତିରେ ମନ୍ଦିର ପୂଜକ ମାନସ ପତି ମନ୍ଦିର ବନ୍ଦ କରି ରାତ୍ର ସାତଟାରେ ଘରକୁ ଯାଇଥିଲେ ।ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ ମାଁ'ଙ୍କ ମନ୍ଦିରର ଚାରିଟି ତାଲା ଭାଙ୍ଗି ରୋଷ ଶାଳ ଗୋଦାମ ଗୃହରେ ଥିବା ରୋଷେଇ ହଣ୍ଡା ହାଣ୍ଡି,ହୁଣ୍ଡି ଭାଙ୍ଗି ପ୍ରାୟ କୋଡିଏ ହଜାରରୁ ଉର୍ଦ୍ଧ୍ବ ଟଙ୍କା ତା ସହିତ ମନ୍ଦିର ପରିସରରେ ଥିବା ଏକ ଦୋକାନରୁ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ଚୋରି କରି ନେଇଥିବା କମିଟି ତରଫରୁ ଆଲୋକ ସାହାଣୀ ଜଣାଇଛନ୍ତି ।ଏ ନେଇ ମନ୍ଦିର ପୂଜକ ମାନସ ରଞ୍ଜନ ପତି ଏସ୍ ଶ୍ରୀନୀବାସଙ୍କୁ ଜଣାଇବା ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ଖବର ପାଇ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଡ଼ ଦୀପକ୍ କୁମାର ମିଶ୍ର, ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବର, ଏସ୍ଆଇ ବିଶ୍ୱରଞ୍ଜନ ନାୟକଙ୍କ ସମେତ ପୋଲିସ ଟିମ୍,ସାଇଣ୍ଟିଫିକ୍ ଟିମ୍ ମନ୍ଦିରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ ଚୋରକୁ ଧରିବା ପାଇଁ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି । ସନ୍ଧାନୀ କୁକୁରଟି ଆସି ରାଧିପଲ୍ଲୀ ଶନି ମନ୍ଦିର ନିକଟସ୍ଥ ଗୋଷ୍ଠୀ ଶୌଚଳୟ ଏବଂ ପୋଖରୀ ପାଖକୁ ଯାଇ ଫେରି ଆସିଥିଲା I ସନ୍ଧାନୀ କୁକୁର ପୋଖରୀ ପାଖରେ ଅଟକି ଯିବା, ଚୋର ମାନେ ଶୌଚାଳୟ ବ୍ୟବହାର କରିବା ସହିତ ପୋଖରୀରେ ଧୂଆଧୋଇ ହୋଇ ଯାଇଥିବା ସନ୍ଦେହ କରାଯାଉଛି I ଏନେଇ
ବେଲଗୁଣ୍ଠା ପୋଲିସ ୫୯୬ /୨୫ ରେ ଏକ ମାମଲା ରୁଜ୍ଜୁ କରି ଏସ୍ଆଇ ବିଶ୍ୱରଞ୍ଜନ ନାୟକ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।ପ୍ରକାଶ ଥାଉ କି,ଗତ କିଛି ଦିନ ତଳେ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ୍ ସ୍ଥିତ ଜୟଗୁରୁ ମନ୍ଦିରରେ ମଧ୍ୟ ଚାବି ଭାଙ୍ଗି ଚୋରୀ ହୋଇଥିଲା । ତେଣୁ ବର୍ତ୍ତମାନ ଚୋରି ବଢୁଥିବାରୁ ପାଟ୍ରୋଲିଂ କଡାକଡି କରିବା ସହ ବିଭିନ୍ନ ଦିଗଉପରେ ଯାଞ୍ଚ୍ କରି ଚୋର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି I

0
0
0
s2sdefault