ହେଡଲାଇନସ୍:

ଚୋରା ଦେଶୀ ହାତ ରନ୍ଧା ମଦ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର: ଅଦ୍ୟ ତା 03.12.2025 ରିଖ ରେ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ବାଇଁ ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ତଥା ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ଅଶେଷ କୁମାର ନାୟକ ଓ ବିଭାଗୀୟ କର୍ମଚାରି ମାନଙ୍କ ସହ ନବରଙ୍ଗପୁର ଥାନା ଅର୍ନ୍ତଗତ ପୁରୁଣାପାଣି ଗୁଡା ଗ୍ରାମରେ ଚଢ଼ାଉ କରି ଜଣେ ମହିଳା ଆସାମୀ ପ୍ରତିମା ଯାନୀ ନିକଟରୁ 18(ଅଠର) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା।
ସେଭଳି ପୁରାଣାପାଣି ଗୁଡା ରେ ଜଣେ ପୁରୁଷ ଆସାମୀ ନିକଟରୁ 15 (ପନ୍ଦର ) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା. PR No - 101/2025-26 ଓ PR No - 102/2925-26 of Inspetor of Excise Nabarang pur Range ରେ ମକଦ୍ଦମା ରୁଜୁ କରାଗଲା।
କୋଡୀଙ୍ଗା ଥାନା ଅନ୍ତର୍ଗତ ସିରସୀ ଗ୍ରାମ ରାସ୍ତା ରେ ଜଣେ ମହିଳା ଆସାମୀ ବୃନ୍ଦାବତୀ ବିଷୋୟୀ ନିକଟରୁ 13 (ତେର) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା।
କୋଡୀଙ୍ଗା ଥାନା ଅନ୍ତର୍ଗତ ମୋଦିନା୍ୟାକଗୁଡା ଗ୍ରାମ ରାସ୍ତାରେ ଜଣେ ପୁରୁଷ ଆସାମୀ ବାବୁଲି ନୟାଜ ନିକଟରୁ 18 (ଅଠର ) ଲିଟର ଚୋରା ଦେଶୀ ହାତରନ୍ଧା ମଦ ଜବତ କରାଗଲା।
ନବରଙ୍ଗପୁର ଥାନା ଅନ୍ତର୍ଗତ ପିପଲଗୁଡା ନିକଟରେ ଜଣେ ପୁରୁଷ ଆସାମୀ ସୁଶାନ୍ତ ମିର୍ଗାନ ନିକଟରୁ 17 (ସତର) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଓ ଗୋଟିଏ TVS XL Moped ଜବତ କରାଗଲା. Vide PR No - 260/2025-26, 261/ 2025-26 ଓ 262/ 2925-26 of ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ମକଦମା ରୁଜୁ କରିଛନ୍ତି। ସମସ୍ତ 5 ଜଣ ଆସାମୀ ମାନଙ୍କୁ ମାନ୍ୟବର SDJM ଙ୍କ ଅଦାଲତ ରେ ହାଜର କରାଗଲା. ଏହି ଚଢାଉ ରେ ରଞ୍ଜୀ ଯାନୀ, ରିସମା ସୁନା , ସୁଧାଂଶୁ ଶେଖର ବାଘ୍, ଅକ୍ରମ ଖାନ, ଉମେଶ ହରିଜନ ଓ ସଦା ଶିବ ଭତରା ସହଯୋଗ କରି ଥିଲେ।

0
0
0
s2sdefault