ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବିଂଶତମ ବାର୍ଷିକ କ୍ରୀଡା ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବରେ ଅବସରପ୍ରାପ୍ତ ଡାକ୍ତର ଶିଶିର କୁମାର ସାହୁ ଯୋଗଦେଇ ଗତକାଲି ଏହାକୁ ଉଦଘାଟନ କରିଥିଲେ । ଆଜି ଶନିବାର ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବରେ ବ୍ଲକ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଯୋଗ ଦେଇଥିବାବେଳ ବିଶିଷ୍ଟ ଅତିଥିଭାବରେ ଆର୍ନ୍ତଜାତୀୟ କ୍ରିଡାବୀତ ହାରାଧନ ଭୋଇ ଯୋଗ ଦେଇଥିଲେ । ମଂଚାସୀନ ଥିଲେ ସ୍କୁଲ ପରିଚାଳନା ସମିତିର ପୂର୍ବତନ ସହ ସଂପାଦକ ସଂଜୀବ କୁମାର ଝାଙ୍କର,କୋଷାଧ୍ୟକ୍ଷ ଅନୀଲ କୁମାର ସାହୁ,ସଦସ୍ୟ ତୁଳସୀରାମ ପାଣି ଓ ଉପସଭାପତି ଗୌତମ ପଧାନ । ଅନୁଷ୍ଠିତ ସଭାରେ ସ୍କୁଲ ପରିଚାଳନା କମିଟିର ସଂପାଦକ ତୁଷାର କାନ୍ତ ସାହୁ ସଭାପତିତ୍ୱ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ବିବରଣୀ ପାଠ କରିଥିଲେ ଶିବ ଗୁରୁଜୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ମନୋଜ ଗୁରୁଜୀ । ସ୍କୁଲ ତରଫରୁ ବିଶିଷ୍ଟ କ୍ରିଡାବୀତ ଶ୍ରୀ ଭୋଇଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲରେ ସର୍ବଶ୍ରେଷ୍ଠ ଖେଳାଳୀଭାବରେ ଶିଶୁ ବର୍ଗରେ ପୂଜା ପଧାନ,ବାଲ ବର୍ଗରେ ସୌଭାଗ୍ୟ ନାୟକ ଓ କିଶୋର ବର୍ଗରେ ବିରେନ୍ଦ୍ର ବାଗ ପୁରସ୍କୃତ କରାଯାଇଥିଲା । ନିମନ୍ତ୍ରୀତ ଅତିଥିମାନେ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବାର୍ଷିକ କ୍ରୀଡାରେ ଶିଶୁ ବାଟିକା ପାଇଁ ୬ ପ୍ରକାର ଖେଳ,ପ୍ରଥମରୁ ତୃତୀୟ ଶ୍ରେଣୀ ପାଇଁ ୬ ପ୍ରକାର ଖେଳ,ଶିଶୁ ବର୍ଗ ପାଇଁ ୧୪,ବାଳ ବର୍ଗ ପାଇଁ ୧୮,କିଶୋର ବର୍ଗ ପାଇଁ ୨୪,ଗୁରୁଜୀ ଗୁରୁମା ଏବଂ ଅଭିଭାବକମାନଙ୍କ ପାଇଁ ୨ଟି ଲେଖାଏଁ ଖେଳ ଅନୁଷ୍ଠିତ ହୋଇଥିଲା । ସମସ୍ତ ଖେଳକୁ ପରିଚାଳନା କରିଥିଲେ ଗୁରୁଜୀ ଶିବ ଓ ବାବୁଲୁ ଗୁରୁଜୀ ।
ରାଜ୍ୟ
ସୋହେଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଂଶତମ ବାର୍ଷିକ କ୍ରୀଡା
- Hits: 850