ଇଭିଏମ ଓ ଭିଭିପେଟ ସଚେତନତା କାର୍ଯ୍ୟକ୍ରମ ପାଇଁ ଉପଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ।
ପଦ୍ମପୁର/ନିଳ ଦୀପ-ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଭୋଟର ସଚେତନତା ସହ ଇଭିଏମ ଓ ଭିଭୋପେଟର ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଛି । ଏହି କ୍ରମରେ ଆଜି ପଦ୍ମପୁର ଉପଜିଲ୍ଲାପାଳ ତଥା ଆର.ଓ ଶ୍ରୀ ଦୌଲତ ଚନ୍ଦ୍ରାକର ଏକ ସାମ୍ବାଦିକ ସମ୍ମିଳନୀରେ ଇଭିଏମ ଓ ଭିଭିପେଟର ବ୍ୟବହାର ଉପରେ ପ୍ରତି ଗ୍ରାମସ୍ତରରେ ସଚେତନତା ନିମନ୍ତେ ନିଆଯାଉଥିବା କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତି ବ୍ଲକରେ ଦୁଇଗୋଟି ଲେଖାଏଁ ଦଳ ଗଠିତ କରାଯାଇଛି ଏବଂ ପ୍ରତ୍ୟେକ ଦଳ ଗୋଟିଏ ଦିନର ଗୋଟିଏ ପଞ୍ଚାୟତର ଚାରିଗୋଟି ଗ୍ରାମରେ ଇଭିଏମ ଓ ଭିଭିପେଟର ବ୍ୟବହାର ଉପରେ ଭୋଟରଙ୍କୁ ସଚେତନତା କରାଯିବାର ସୂଚନା ଦେଇଛନ୍ତି ଓ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଓ.ଆଇ.ସି ନିର୍ବାଚନ ସୁଶ୍ରୀ ଦିପ୍ତିମୟୀ ଭୁଏ ଉପସ୍ଥିତ ଥିଲେ । ଲୋକସମ୍ପର୍କ ଓ ସୂଚନା ଅଧିକାର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେବାସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।