ବାରିପଦା/ଦିଲ୍ଲୀପ ମହାନ୍ତି : ବିକାଶର ବାର୍ତା ନେଇ ପୂର୍ବ ଭାରତର ନୂତନ ସୂର୍ଯ୍ୟଦ୍ୟୋୟ ପାଇଁ ବିିଭନ୍ନ ପ୍ରକଳ୍ପ ଏବଂ ଶିଳାନ୍ୟାସ ସହ ଉଦଘାଟନ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କରିଛନ୍ତି । ଏହି ଅବସରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି , ମୟୂରଭଞ୍ଜରୁ ପୂର୍ବ ଭାରତର ବିକାଶର ଆରମ୍ଭ ହୋଇଛି । ଅର୍ଥନୈତିକ ଏବଂ ସାମାଜିକ ସ୍ତରରେ ଲୋକମାାନଙ୍କର ବିକାଶ ଘଟିବ । ମୟୂରଭଞ୍ଜର ଐତିହ ହରିପୁରଗଡ ଆଜି ତାର ଇତିହାସ ଗାଥା ଗାଉଛି । ଏହାକୁ ପୁନରୁଦ୍ଧାର କରିବା ପାଇଁ ଯୋଜନା ଆରମ୍ଭ କରାଯାଇଛି । ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲାର ସର୍ବାଙ୍ଗନ ବିକାଶ ପାଇଁ କେନ୍ଦ୍ର ସରକାର ତପôର ରହିଛନ୍ତି । ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା । ଏହି ସବୁ ପ୍ରକଳ୍ପମାନ ଦ୍ୱାରା ଏଠାକାର ଲୋକମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ମୋଦି କହିଛନ୍ତି । ଏହାଛଡା ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍ପିଜିଗ୍ୟାସ୍ ପାଇପ ଲାଇନର ଓଡ଼ିଶାର ବାଲେଶ୍ୱର ସହିତ ପଶ୍ଚିମବଙ୍ଗ ରାଜ୍ୟର ମୋଟ ୮ଟି ଜିଲ୍ଲାରେ ଲକ୍ଷାଧିକ ପରିବାରକୁ ନିରନ୍ତର ଗ୍ୟାସ ଯୋଗାଇବା ସହ ଅନେକ ରୋଜଗାର ସୃଷ୍ଟିକରିବ । ରାଜ୍ୟରେ ଭିତ୍ତିଭୂମିର ବିକାଶ, ମାନବ ଜୀବନରେ ସ୍ଥାୟୀ ପରିବର୍ତର୍ନ ହେଉଛି ବିକାଶର ପରିଭାଷା । ଏହି ନିରନ୍ତର ବିକାଶ ହେତୁ ଲୋକମାନେ ସର୍ବଦା ଉପକୃତ ହୋଇପାରିବେ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ ଅଭିଭାଷଣରେ ସମଗ୍ର ରାଜ୍ୟବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ରଭାବେ ପରିଚିତ ବାରିପଦା ସହରରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଏବଂ ତାଙ୍କ କରକମଳରେ ୪୫୦୦କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ତଥା ଶୁଭ ଉଦଘାଟନ ରାଜ୍ୟ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ମକର ଭେଟି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଶନିବାର ଅପରହାଣ ୨ଟା୫୫ମିନିଟରେ ବାରିପଦା ଷ୍ଟାଡିୟମ ପରିସରରେ ବାୟୂସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅବତରଣ କରିବା ପରେ ବାରିପଦା ପୁଲିସ ଲାଇନ ପଡ଼ିଆ ପରିସରରେ ସରକାରୀ କାର୍ଯ୍ୟକ୍ରମରେ ଅପରାହଣ ୩ଟାରେ ଯୋଗଦେଇଥିଲେ । ତେବେ ସେଠାରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପ୍ରାୟ ୪୫ଶହ କୋଟି ଟଙ୍କାରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଲୋକାର୍ପଣ କରିଥିଲେ । ତେବେ ସେଠାରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜନଜାତି ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୟୂରଭଞ୍ଜ ଲୋକସଭା ସାଂସଦ ରାମଚନ୍ଦ୍ର ହାସଁଦା, ରାଜ୍ୟ ସରକାରଙ୍କ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୪ଲେନ ବିଶିଷ୍ଟ ରାଜମାର୍ଗ, ଓଡ଼ିଶା ମଧ୍ୟ ଦେଇ ଯିବାକୁ ଥିବା ପ୍ରମୁଖ ଏଲପିଜି ପାଇପଲାଇନର ଲୋକାର୍ପଣ, ରେଳଲାଇନର ଦୋହରୀକରଣ, ନୂତନ ଯାତ୍ରାବାହୀ ରେଳଚଳାଚଳ ଶୁଭାରମ୍ଭ, ବାଲେଶ୍ୱରରେ ମଲଟୀ ମୋଡାଲ ଲଜିଷ୍ଟିକ ହବ ଏବଂ ହରିପୁର ଗଡକୁ ଐøତିହାସିକ ସ୍ଥଳର ସଂରକ୍ଷଣ ପ୍ରକଳ୍ପକୁ ଶୁଭାରମ୍ଭ କରିଥିଲେ ।
ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ବିଭାଗ ପକ୍ଷରୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ପାରଦ୍ୱୀପ-ହଳଦିଆ-ଦୂର୍ଗାପୁର ଏଲପିଜି ପାଇପଲାଇନ ପ୍ରକଳ୍ପର ବାଲେଶ୍ୱର-ହଳଦିଆ-ଦୂର୍ଗାପୁର ଅଂଶକୁ ପ୍ରଧାନମନ୍ତ୍ରୀ ଲୋକାର୍ପିିତ କରିଛନ୍ତି । ପାରଦ୍ୱୀପ-ହଳଦିଆ-ଦୂର୍ଗାପୁର ପାଇପଲାଇନର ଏକ ଅଂଶ ଭାବେ ୧,୦୮୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ୫୧୩ କିମି ବିଶିଷ୍ଟ ବାଲେଶ୍ୱର-ହଳଦିଆ-ଦୂର୍ଗାପୁର ଅଂଶ ହେଉଛି ପୂର୍ବଭାରତରେ ଇଣ୍ଡିଆନ ଅଏଲ କର୍ପୋରେସନ ଦ୍ୱାରା ସ୍ଥାପିତ କରାଯାଉଥିବା ପ୍ରଥମ ଏଲପିଜି ପାଇପଲାଇନ । ୬୭୦କିମି ବିଶିଷ୍ଟ ପାରାଦ୍ୱୀପ-ହଳଦିଆ-ଦୂର୍ଗାପୁର ଗ୍ୟାସ ପାଇପଲାଇନ ୧,୩୩୦କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହା ଓଡ଼ିଶା ଏବଂ ଏହାର ପଡୋଶୀ ରାଜ୍ୟକୁ ନିରବଛିନ୍ନ ଭାବେ ଗ୍ୟାସ ଯୋଗାଇବ । ଏହି ପାଇପଲାଇନ ଓଡ଼ିଶାର ଜଗତସିଂପୁର, କେନ୍ଦ୍ରପଡା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ମଧ୍ୟ ଦେଇ ୨୪୦କିମି ଅତିକ୍ରମ କରିବ । ଏହି ଗ୍ୟାସ ପାଇପଲାଇନ ପଶ୍ଚିମବଙ୍ଗର ପୂର୍ବମେଦିନାପୁର, ବର୍ଦ୍ଧମାନ, ହୁଗଲି ଏବଂ ହୱଡା ମଧ୍ୟରେ ୪୩୦କିମି ଅତିକ୍ରମ କରିବ । ପାରଦ୍ୱୀପ ହଳଦିଆ ପାଇପଲାଇନର କ୍ଷମତା ୧.୧ ଏମଏମଟିପିଏ ରହିଥିବା ବେଳେ ହଳଦିଆ ଦୂର୍ଗାପୁର ପାଇପ ଲାଇନର କ୍ଷମତା ୧.୩ ଏମଏମଟିପିଏ ରହିଛି ବୋଲି ସୂଚନା ପ୍ରଦାନ କରାଯାଇଛି ।
କୌଣସି କ୍ଷେତ୍ରରେ ଆର୍ଥିକ ସମୃଦ୍ଧି ତାର ରାଜମାର୍ଗ ସଂଯୋଗର ଗୁଣବତା ଏବଂ ଘନତ୍ୱରୁ ପରିଚିତ ହୋଇଥାଏ । ଯାହା ପ୍ରମୁଖ ଔଦ୍ୟୋଗିକ କେନ୍ଦ୍ର ଗୁଡିକୁ ଏକ ନିର୍ଦ୍ଧିଷ୍ଟ ବେଗରେ ଦ୍ରବ୍ୟ ଏବଂ ସେବାକୁ ସ୍ଥାନାନ୍ତରିତ କରିବା ପାଇଁ ଯୋଡିଥାଏ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ସେଗୁଡିକ ହେଲା, (୧) ୮୨୮.୩୬କୋଟି ଟଙ୍କାର ୪୩.୨କିମି ବିଶିଷ୍ଟ ଏନଏଚ୨୧୫ର ରିମୁଳି-କୋଇଡା ଅଂଶର ୪ଟି ଲେନ କାର୍ଯ୍ୟ,(୨)୧,୩୧୩ କୋଟି ଟଙ୍କାର ୧୦୪.୨କିମି ବିଶିଷ୍ଟ ଏନଏଚ ୬ର ସିଙ୍ଗଡା-ବିଂଜବାହାଲ ଅଂଶର ୪ଲେନ କାର୍ଯ୍ୟ ଏବଂ (୩) ୧,୧୭୬.୪କୋଟି ଟଙ୍କାର ୫୩.୨କିମି ବିଶିଷ୍ଟ ଏନଏଚ-୨୧୫ର କୋଇଡା-ରାଜମୁଣ୍ଡା ଅଂଶର ୪ଲେନ କାର୍ଯ୍ୟର ଶିଳାନ୍ୟାସ ହୋଇଛି ।
ରେଳ ମନ୍ତ୍ରାଳୟ ବିଭାଗ ପକ୍ଷରୁ ଟାଟାନଗର ରୁ ବାଦାମପାହାଡକୁ ଦ୍ୱିତୀୟ ଯାତ୍ରାବାହୀ ରେଳ ଚଳାଚଳ ଶୁଭାରମ୍ଭ ପ୍ରଧାନମନ୍ତ୍ରୀ କରିଛନ୍ତି । ଟାଟାନଗର-ବାଦାମପାହାଡ ରେଳଧାରଣା ୧୯୧୧ମସିହାରେ ସ୍ଥାପନ କରାଯାଇଥିଲା । ଏବଂ କେବଳ ଗୋଟିଏ ଟ୍ରେନ ଉକ୍ତ ରେଳଧାରଣା ମଧ୍ୟ ଦେଇ ଚଳାଚଳ କରୁଥିଲା । ଅନ୍ୟଏକ ଯାତ୍ରୀବାହୀ ଟ୍ରେନକୁ ଏହି ଐତିହାସିକ ଲାଇନରେ ଚଳାଚଳ କରାଯିବ ଏବଂ ଏହାଦ୍ୱାରା ବାଦାମପାହାଡ ଲୋକମାନେ ଅଧିକ ଲାଭବାନ ହୋଇପାରିବେ । ଯେଉଁମାନେ ଏବେ ସପ୍ତାହକୁ ୬ଦିନ ପାଇଁ ଟାଟଶନଗର ମଧ୍ୟ ଦେଇ ହୱାଡା ଏବଂ ମୁମ୍ବାଇ ସହରକୁ ଯାତାୟତ କରିପାରିବେ । ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ରେଳ ଲାଇନର ବିଦ୍ୟୁତ କରଣ ପାଇଁ ମଧ୍ୟ ମଞ୍ଜୁରି ମିଳିଛି ।
୧୩୧.୩୪କୋଟି ଟଙ୍କା ବ୍ୟୟରେ ୧୧.୩କିମି ବିଶିଷ୍ଟ ଚିଲିକାଦରା-ସଗଡପଟା ଲାଇନ ଏବଂ ୯କିମି ବିଶିଷ୍ଟ ନାରଣପୁର-ବସନ୍ତପୁର ରେଳଲାଇନ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି । ଯାହାକି କେନ୍ଦୁଝର ଭଳି ଖଣିଜସମ୍ପଦ ପୂର୍ଣ୍ଣଜିଲ୍ଲାକୁ ସଂଯୋଗ କରିବ । ଏବଂ ଏହାର ରାଜସ୍ୱ ବୃଦ୍ଧି ହେବାରେ ସହାୟକ ହେବ । ଏହି ଦୁଇଟି ଅଂଶ ବାଂଶପାଣି-ଯଖପୁରା ୧୮୦କିମି ବିଶିଷ୍ଟ ଦୋହରୀକରଣ ରାସ୍ତାର ଏକ ଅଂଶ ଭାବେ ୯୪୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବା ପାଇଁ ୨୦୧୦-୧୧ବର୍ଷରେ ମଞ୍ଜୁରୀ ମିଳିଥିଲା । ଏହି ଦୋହରୀକରଣ ବର୍ତମାନ ରେଳଲାଇନର କ୍ଷମତାକୁ ବୃଦ୍ଧି କରିବ ଏବଂ ଆଗାମୀ ଦିନରେ ପାରାଦ୍ୱୀପ ବନ୍ଦରକୁ ଖଣିଜ ପରିବହନ ସମେତ ଅବହେଳିତ ଅଂଚଳ ଗୁଡିକୁ ପାସେଞ୍ଜର ଟ୍ରେନ ସୁବିଧା ହୋଇପାରିବ ।
୨୫କୋଟି ଟଙ୍କା ବ୍ୟୟରେ ବାଲେଶ୍ୱର ଠାରେ ନିର୍ମିତ ଏହି ମଲ୍ଟୀ ମୋଡାଲ ଲଜିଷ୍ଟିକ ପାର୍କ(ଏମଏମଏଲପି)ରେ ୩୮୩୨୫ବର୍ଗ ମିଟର ବିଶିଷ୍ଟ ଆମଦାନୀ ଏବଂ ରପ୍ତାନୀ ପାଇଁ କଷ୍ଟମ ସୁବିଧା କେନ୍ଦ୍ର,ଏକ ସୁଦୀର୍ଘ ତଥା ସମ୍ପୂର୍ଣ୍ଣ ରେଳପଥକୁ ୨ଟି ୱେୟାରହାଉସ,ରୋଡୱେବ୍ରିଜ ଆଦି ଭଳି ବିଭିନ୍ନ ସୁବିଧା ଉପଲବ୍ଧ ରହିଛି । ଏମଏମଏଲପି ବାଲେଶ୍ୱରକୁ ଏକ ସଂଯୁକ୍ତ (ଇଏକ୍ସଆଇଏମ+ଡୋମେଷ୍ଟିକ) ଟର୍ମିନାଲ ଭାବେ ଏବଂ ଅନ୍ୟ ଉଦ୍ୟୋଗକୁ ବିକାଶିତ କରାଯାଉଛି ଏବଂ କ୍ୟାଚମେଂଟ ଅଂଚଳ ଏବଂ ଏହାର ଆଖାପାଖ ଅଂଚଳରେ ସ୍ଥିତ ସ୍ପଞ୍ଜ ଆଇରନ,ପିଗ ଆଇରନ,ଫେରୋକ୍ରୋମ ଭଳି ଉଦ୍ୟୋଗ ଗୁଡିକୁ ଏହି ସୁବିଧାର ଉପଯୋଗ କରି ଲାଭବାନ ହୋଇପାରିବେ ଏବଂ ଓଡ଼ିଶାରେ ବାଲେଶ୍ୱରକୁ ଏକ ପ୍ରମୁଖ ଲଜିଷ୍ଟିକ ହବ ଭାବେ ସ୍ଥାପିତ କରିବା ସହ ଓଡ଼ିଶା ବ୍ୟବସାୟିକ କ୍ଷେତ୍ରକୁ ସୁଦୃଢ଼ କରିବା ହେବ ।
ହରିପୁରଗଡ ପ୍ରାଚୀନ ଦୂର୍ଗ ଠାରେ ସ୍ଥାପିତ ଖନନ ଏବଂ ରସିକରାୟ ମନ୍ଦିରର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ: ଏବଂ ଏହାକୁ ଜାତୀୟ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପ୍ରଦାନ କରିଛନ୍ତି ।
ଓଡ଼ିଶାର ପ୍ରାଚୀନ ଐତିହ୍ୟର ସୁରକ୍ଷା ଦିଗରେ ଭାରତ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଗୁଡିକୁ ଦୃଷ୍ଟିରେ ରଖି ଏଏସଆଇ ପ୍ରାଚୀନ ହରିପୁରଗଡ ଦୁର୍ଗ ଠାରେ ରସିକରାୟ ମନ୍ଦିରର ସଂରକ୍ଷଣ ଏବଂ ସ୍ଥପତି ଖନନ କାର୍ଯ୍ୟ ହାତକୁ ନେଇଛି ଏବଂ ଏଥି ପାଇଁ ୪୦ଲକ୍ଷ ବ୍ୟୟ ବରାଦ କରାଯାଇଛି । ହରିପୁରଗୁଡ ହେଉଛି ୧୪ଶତଦ୍ଧୀର ମୟୂରଭଞ୍ଜ ଜିଲ୍ଲାର ଭଞ୍ଜ ସାମ୍ରାଜ୍ୟର ଏକ ସଶାକ୍ତ ଦୁର୍ଗ । ଏହି ପର୍ଯ୍ୟଟନ ସ୍ଥଳରେ ଜଳର ସୁବିଧା,ପଥର ନିର୍ମିିତ ବେଂଚ,ପରିଛନ୍ନତା ଏବଂ ସୁରକ୍ଷା ଭଳି ସୁବିଧା ପର୍ଯ୍ୟଟକଙ୍କ ଆଗମନରେ ବେଶ ସହାୟକ ହେବ ଏବଂ ଓଡ଼ିଶାରେ ପର୍ଯ୍ୟଟନର ବିକାଶରେ ଆଉ ଏକ ଫର୍ଦ୍ଧ ଯୋଡି ହୋଇଛି ।
ବୈଦେଶିକ ବ୍ୟାପର ମନ୍ତ୍ରାଳୟ ବିଭାଗ ପକ୍ଷରୁ ଭଦ୍ରକ,କଟକ,ଯାଜପୁର,ଆସ୍କା,କେନ୍ଦୁଝର ଏବଂ ଢେ଼ଙ୍କନାଳ ଠାରେ ଫାସପୋର୍ଟ ସମ୍ବନ୍ଧୀୟ ସେବା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଶାସନ ସେବା ଇଂଟରଫେସ ପାଇଁ ପୋଷ୍ଟ ଅଫିସ ଗୁଡିକୁ ହେୁଛନ୍ତି ଶେଷ ମାଇଲ ଖୁଂଟ । ଏବଂ ଭାରତ ସରକାର ନାଗରିକଙ୍କ ପାଇଁ ବିନା ମୂଲ୍ୟ ବର୍ଦ୍ଧିିତସେବାକୁ ବୃଦ୍ଧି କରି ପୋଷ୍ଟ ଅଫିସର ଆଧୁନିକରଣକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଭଦ୍ରକ,କଟକ,ଯାଜପୁର,ଆସ୍କା,କେନ୍ଦୁଝର ଏବଂ ଢେ଼ଙ୍କାନାଳ ଠାରେ ପୋଷ୍ଟ ଅଫିସ ଗୁଡିକରେ ପାସକୋର୍ଟ ସେବାକେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ବର୍ତମାନ ଓଡ଼ିଶା ବାସୀ ପାସପୋର୍ଟ ପାଇଁ ଭୁବନେଶ୍ୱର ସ୍ଇତ ଆରପିଓ ଅଫିସ ଉପରେ ନିର୍ଭର କରୁଛନ୍ତି ବୋଲି କହିଛନ୍ତି ।