ଆଲୋଚନା ନାଁକୁ ଗୋଟାଏ ଫାର୍ସ. କେବଳ କୋର୍ଟକୁ ଫାଙ୍କିବା ପାଇଁ !!
ବାରମ୍ବାର ପ୍ରଶାସନଦିର୍ଘ ଦିନ ଧରି ସୁଲିଆ ପିଠ ଉପରେ ଲୋଙ୍କୁ ସଚେତନତା କରିଆସୁଛନ୍ତି । କିନ୍ତୁ ଲୋକେ ବୁଝିବାକୁ ନାରାଜ । ଲୋକଙ୍କର ଜିଦ ଆଗରେ ମୁଣ୍ଡନୁଆଇଁ ଦେଇଛି ପ୍ରଶାସନ | ବୈଠକ ଲାଗୁଥିଲା କେବଳ ଔପଚାରିକତା, କେବଳ ଅଦାଲତଙ୍କ ଦେଖାଇବା ପାଇଁ ଯେ ଆମେ ବଳି ବନ୍ଦ କରିବାକୁ ଚେଷ୍ଟା କରିଛୁ | ତେଣୁ ଆନ୍ତରିକତା ବିହୀନ ଆଲୋଚନା ବିଫଳ ହେବ ପରେ ଠିକ ସବୁ ବର୍ଷପରି ଏବର୍ଷ ମଧ୍ୟ ବଳି ପଡିବ । ରକ୍ତ ରଞ୍ଜିତ ହେବ ସୁଲିଆ ପିଠ । ଆଦିବାସୀ ଲୋକମାନଙ୍କର ମୁଖ୍ୟ ପୁଜା ହେଉଛି ସୁଲିଆ ପୁଜା ଯାତ୍ରା । ସେମାନେ ପ୍ରସାଶନକୁ କହିଥିଲେ ଆମେ ଚାହୁଁନୁ ବଲି, କିନ୍ତୁ ଲୋକେ ମନସ୍କାମନା ପୁର୍ଣ୍ଣ କରିବାକୁ ଦିଅନ୍ତି ବଳି । ଆମେ ଜାଣିଛୁ ୨୦୦୮ ରେ ୧୪୪ ଜାରି କରିଥିଲା ପ୍ରଶାସନ ବଡଖଳା ସାନଖଳାରେ ବଲି ପ୍ରଥା ବନ୍ଧ କରିବାକୁ ପ୍ରସାଶନ ଅଙ୍କୁଶ ଲଗାଇ ଥିଲା । କିଛି ମାତ୍ରାରେ ପ୍ରଶାସନ ସଫଳ ମଧ୍ୟ ହୋଇଥିଲା । କିନ୍ତୁ ଗୋଟିଏ ପଟେ ସଫଳ ଓ ଗୋଟିଏ ପଟେ ବିଫଳ ମଧ୍ୟ ହୋଇଥିଲା | ଅନେକ ସ୍ଥାନରେ ଖୋଲିଯାଇଥିଲା ଛୋଟ ଛୋଟ ସୁଲିଆପିଠ ତିଆରି କରାଯାଇଥିଲା । କିନ୍ତୁ ବଲିପ୍ରଥା ରୋକିବା ବଦଳରେ ବଲିପ୍ରଥା ବଢ଼ିଗଲା । ଏଠାରେ ପ୍ରଶାସନର ଭୁମିକା କଣ ?
ଖଇରଗୁଡା ଓ କୁମରିଆ ଗ୍ରାମ ଠାରେ ଆଦିବାସୀ ମାନଙ୍କର ହେଉଥିବା ପ୍ରସିଦ୍ଧ ସୁଲିଆ ଯାତ୍ରା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଳାପାଲ ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ସମୟରେ ଜିବେ ଦୟା ନିତିକୁ ଅବଲମ୍ବନ କରିବା ପାଇଁ ଯାତ୍ରା କମିଟିର କର୍ମକର୍ତ୍ତାଙ୍କୁ ପ୍ରସାଶନ ତରଫରୁ ଅନୁରୋଧ କରାଯିବା ସହ ବଲି ପ୍ରଧା ରୋକିବାକୁ କମିଟି ପଦକ୍ଷେପ ନେଉ ବୋଲି ପ୍ରସାଶନ ପକ୍ଷରୁ କୁହାଯାଇଥିଲା । ଠିକ ସେହିପରି ଆଦିବାସୀ ମାନେ ପରିବେଶ ଓ ପକୃତିର ପୁଜାରୀ । ଏମାନଙ୍କର ଯାନିଯାତ୍ରା ପ୍ରକୃତି ସହିତ ସଂଶ୍ଳିଷ୍ଟ ବୋଲି ଅଦିବାସୀମାନେ ପ୍ରକାଶ କରିବା ସହ ବଲି ପ୍ରଥାକୁ ସିଧା ସଳଖ ଭାବେ ବିରୋଧ କରିନଥିଲେ ମଧ୍ୟ ଲୋକ ସଚେତନ ହେଲେ ଏହା ଧିରେ ଧିରେ ବନ୍ଦ ହେବ ବୋଲି ପ୍ରକାଶ କରିଥିଲେ । ଯାତ୍ରା ସମୟରେ ପ୍ରସାଶନ ପକ୍ଷରୁ ପାନିୟ ଜଳ, ସ୍ୱାସ୍ଥ୍ୟ ସେବା ଓ ପୋଲିସ ସେବା ଯୋଗାଇଦେବାକୁ ଅନୁରୋଧ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ବ୍ରଜ ସିଂଭୋଇ, ସମ୍ପାଦକ ନିରଞ୍ଜନ ବିଶି ଓ ସୁଲିଆ ଯାତ୍ରା କମିଟିର ଆବାହକ ମୟ ପ୍ରଧାନି, ଉପଜିଲ୍ଲାପାଳ ଭୈରବ ସିଂ ପଟେଲ, ଏସଡିିପିଓ ଖିର ସାଗର ନାଏକଙ୍କ ସମେତ ବହୁ ପଦଧିକାରୀ ଆଗକୁ ପ୍ରଶାସନର ଭୁମକା କଣ ଲୋକେ ପଚାରୁଛନ୍ତି ?