ହେଡଲାଇନସ୍:

ପଦ୍ମପୁର ଜିଲ୍ଲା ଦାବୀ ପାଇଁ ସର୍ବସାଧାରଣ ବୈଠକ: ଗଢ଼ା ହେଲା ୨୪ ଜଣିଆ କମିଟି, ଏକ ସପ୍ତାହ ମଧ୍ୟରେ ବିରାଟ ରାଲି ଓ ଗଣଧାରଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀରେ ଶୁକ୍ରବାର ଦିନ ପଦ୍ମପୁର ସହରର ରାଜାଜୀ ଟାଉନହଳ ଠାରେ ନାଗରିକ କମିଟିର ସମ୍ପାଦକ ଶ୍ରୀ ଅଜିତ ଶତପଥିଙ୍କ ସଭାପତିତ୍ବରେ ଏକ ସର୍ବସାଧାରଣ  ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳ ଯଥା ପୂର୍ବତନ ବିଧାୟକ ତଥା କଂଗ୍ରେସ ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ, ବିଜେପି ଦଳର ନେତା ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ପ୍ରତିନିଧି ରାହାସବିହାରୀ ସାହୁ ,ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଦଳର ନେତା ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହାଙ୍କ ପ୍ରତିନିଧି ନବକିଶୋର ସାହୁ ଓ ବହୁଜନ ସମାଜପାର୍ଟିର ନେତା ଟଙ୍କଧର କଣ୍ଟା ଯୋଗଦାନ କରିଥିଲେ । ପଦ୍ମପୁର, ଗାଇଇସିଲାଟ,ଝାରବନ୍ଧ ଓ ପାଇକମାଲ ଯୋଗଦାନ କରି ଆଗାମୀ ଦିନରେ ପଦ୍ମପୁର ଜିଲ୍ଲା ଘୋଷଣା ଦାବୀ ପାଇଁ ଆନ୍ଦୋଳନ ଓ ଦାବୀ ଉପସ୍ଥାପନ ର ରୂପରେଖ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ । ଏହି ବୈଠକରେ ୨୪ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ଏବଂ ଆସନ୍ତା ଏକ ସପ୍ତାହ ମଧ୍ୟରେ ବିରାଟ ରାଲି ଓ ଗଣଧାରଣା ମାଧ୍ୟମରେ ଜିଲ୍ଲା ଦାବୀର ଶୁଭାରମ୍ଭ କରିବା ପାଇଁ ସ୍ଥିରୀକୃତ ହୋଇଛି । ଶେଷରେ ଚିନ୍ମୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault