ଚମ୍ପୁଆ/ ଚିତ୍ତରଞ୍ଜନ କର : ଖଣି ଅଂଚଳର ପାରିପାର୍ଶ୍ଵିକ ବିକାଶ ସର୍ବୋପରି ସେ ଅଂଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଉପଯୋଗୀ ଭିତ୍ତିଭୂମି ନିର୍ମାଣ କରିବା ସକାଶେ ଜିଲା ଖଣିଜ ପାଣ୍ଠି( ଡ଼ିଏମଏଫ) ଗଠିତ |ସେହିଆଧାରରେ କେନ୍ଦୁଝର ଜିଲ୍ଲା ଖଣି ପଭାବିତ ଏବଂ ଆଦିବାସୀ ଜନଜାତି ମାନଙ୍କର ଜୀବନଧାରାରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଡିଏମଏଫ ଯୋଜନା ଅନ୍ୟତମ । ଏହି ଯୋଜନା ଦ୍ୱାରା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଖଣିଦ୍ୱାରା କ୍ଷତିଗ୍ରସ୍ତ ଓ ପ୍ରଭାବିତ ହେଉଥିବା ଅଞ୍ଚଳ ଗୁଡିକରେ ଖଣି କମ୍ପାନୀ ମାନେ ସରକାରଙ୍କ ମାଧ୍ୟମରେ ଦେଉଥିବା ପାରିପାର୍ଶ୍ଵିକ ଉନ୍ନୟନ ପାଣ୍ଠିକୁକେଉଁପରି ଭାବେ ବିନିଯୋଗ ହେଉଛି ତାହାର ତଦାରଖ କରିବା ସକାଶେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କୁ କମିଶନ ତିନିଦିନିଆ କେନ୍ଦୁଝର ଗସ୍ତରେ ଆସି ଗୁରୁବାର ଯୋଡା ଓ ବଡବିଲ ଠାରେ ପହଂଚି ପାରିପାର୍ଶ୍ଵିକ ଉନ୍ନୟନ ପାଣ୍ଠି ବିନିଯୋଗରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ତଦାରଖ କରି ଫେରିଯାଇଛନ୍ତି । କମିଶନ ପ୍ରଥମେ ଯୋଡା ଅଞ୍ଚଳର ମିରିଗିଶିଙ୍ଗା ଠାରେ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ,ଲହଣ୍ଡା ଠାରେ ଆଦର୍ଶ ବିଦ୍ୟାଳୟ ଅନୁଧ୍ୟାନ କରିସାରିବା ପରେ ରଣାଶାଳ ଠାରେ ଫ୍ଲାଏଓଭର ବି୍ରଜ ନିର୍ମାଣ ସ୍ଥାନରେ ପହଂଚି ତଦାରଖ କରିଥିଲେ । ରଣାଶାଳ ଘାଟି ଠାରେ ଯୋଡା ବିକାଶ ପରିଷଦ (ଜେବିପି)ର ସମସ୍ତ ସଦସ୍ୟ,ଗଣମାଧ୍ୟମ ପ୍ରତିନିଧି ଓ ବହୁସଂଖ୍ୟାର ସ୍ଥାନୀୟ ଜନସାଧାରଣ କମିଶନଙ୍କୁ ଯୋଡା ଠାରେ ଫ୍ଲାଏଓଭର ବ୍ରିଜ ନିର୍ମାଣ କରିବା ନେଇ ଏକ ଦାବିପତ୍ର ଦେଇ ଆଦିବାସୀ ଜନଜାତି ମାନେ ଫ୍ଲାଏଓଭର ବିନା କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଅବଗତ କରାଇଥିଲେ । ଖଣି ଦ୍ୱାରା ଜନସାଧାରଣ ସମ୍ମୁଖୀନ ହେଉଥିବା ଅସୁବିଧାକୁ କେମିତି ମୁକାବିଲା କରାଯାଇପାରିବ ସେ ସମ୍ବନ୍ଧରେ କମିଶନ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କମିଶନଙ୍କ ଉକ୍ତ ଗସ୍ତ ସମୟରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ,ଚମ୍ପୁଆ ଉପଜିଲ୍ଲାପାଳ ପାରୁଲ ପଟ୍ଟୱାରୀ,ଯୋଡା ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ସ୍ଥାନୀୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥଲେ |