ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ଆଜି ବେଲଗୁଣ୍ଠା ସୁତୁମୁସର ରୋଡ଼ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ଭି. ଦେବୀ ପ୍ରସାଦ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ଶିକ୍ଷାକେନ୍ଦ୍ରର ସମସ୍ତ କମିଟି ବୃନ୍ଦ ଓ ସମସ୍ତ ଅଭିଭାବକ ଅଭିଭାବିକା ଏକତ୍ରିତ ହୋଇ ଶିଶୁ ମାନଙ୍କ ପାଠ ପଢା , ଯାନବାହାନ ରେ ଆସୁଥିବା ଶିଶୁମାନଙ୍କ ସୁବ୍ୟବସ୍ଥା ଓ ସଠିକ ସମୟରେ ବିଦ୍ୟାଳୟରେ କେମିତି ପହଞ୍ଚିବା ସେ ବିଷୟରେ ଆଲୋଚନା ହୋଇଥିଲା। ଶିକ୍ଷାକେନ୍ଦ୍ରର ସମ୍ପାଦକ ବୁଲୁଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଶିଶୁମାନେ ମୋବାଇଲର ବ୍ୟବହାରରୁ ନିବୃତ ରହିବା ପାଇଁ ଅଭଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ ଓ ଅଭିଭାବକ ମାନେ ମଧ୍ୟ ଶିଶୁ ମାନଙ୍କର ସଠିକ ଭାବେ ଯତ୍ନ ନେବା ପାଇଁ ଶପଥ କରିଥିଲେ। ଅନୁଷ୍ଠାନର ସଦସ୍ୟ ସନ୍ତୋଷ କୁମାର ଦଳାଇ,ଗୁରୁମା ସୃତି , ସରିତା , ବର୍ଷା , ଦୀପା , ରଶ୍ମିତା , ଜାସ୍ମିନ , ଜ୍ୟୋତି , କାଜଲ ଓ ଗୁରୁଜୀ ମିଲୁ , ସତ୍ୟ ନାରାୟଣ ସମେତ ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ସଭା ଶେଷରେ ଅଧ୍ୟକ୍ଷା ବାସନ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି
- Hits: 7