ଓଡ଼ଗାଁ,୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜ କିଶୋର ସାହୁଙ୍କ ତତ୍ବାବଧାନରେ ସାମାଜିକ ବିଜ୍ଞାନ ବିଭାଗର ଅଧ୍ୟାପକ ସମ୍ବିତ ଦାସ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପବିତ୍ର କୁମାର ସାହୁ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ଅଧ୍ୟାପକ ରଶ୍ମି ରଞ୍ଜନ କର ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ୨୦୨୫ କାର୍ଯ୍ୟକ୍ରମ ସମ୍ପର୍କରେ ବିଦ୍ୟାର୍ଥୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟବ୍ୟାପୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଯେପରିକି ନୟାଗଡ଼ ଜିଲ୍ଲାର ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ ଏବଂ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ପ୍ରୟାସ । ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟ ସ୍ତରରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କୁ ସ୍ଥାୟୀ ଷ୍ଟାର୍ଟ-ଅପ୍ ଏବଂ ବ୍ୟବସାୟିକ ଉଦ୍ୟମ ପାଇଁ ଅଭିନବ ଚିନ୍ତାଧାରା ହାସଲ କରିବାକୁ ଉତ୍ସାହିତ କରିଥାଏ ।ଯାହାର ବିଷୟବସ୍ତୁ ପ୍ରାୟତଃ ସ୍ଥାନୀୟ ଅଞ୍ଚଳର ସମସ୍ୟାର ସମାଧାନ ଏବଂ ଜୀବନ ଓ ବ୍ୟବସାୟ ପ୍ରକ୍ରିୟାକୁ ସରଳ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ । ନିଜ ମଧ୍ୟରେ ବ୍ୟବସାୟିକ ଧାରଣା ସୃଷ୍ଟି କରିବା ସହିତ ଆଗାମୀ ଦିନରେ ଜଣେ ସଫଳ ଉଦ୍ୟୋଗୀ ହେବାକୁ ପ୍ରେରଣା ଯୋଗାଇଥାଏ ।
ରାଜ୍ୟ
ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ୨୦୨୫
- Hits: 37