ଜଗତସିଂହପୁର,ତା-୦୨.୦୯.୨୦୨୫/ସୁମନ୍ତ କୁମାର ଦାସ: ଆଜି ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ PACS Computerisation (NLPS) ଓ ସମବାୟ ସମୀକ୍ଷା ସଚେତନତା ସମ୍ପର୍କୀୟ ଏକ କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ଶତପଥି ଉପନିବନ୍ଧକ ସମବାୟ ସମିତି ସମୂହ , ଜଗତସିଂହପୁର ବିଭାଜନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମବାୟ ସମିତି ସ୍ତରରେ PACS କମ୍ପ୍ୟୁଟରୀକରଣ କୁ ପ୍ରାଧାନ୍ୟ ଦେବାପାଇଁ ସମିତିର ସମ୍ପାଦକଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟୁତଲତା ବେହେରା, DDM , NABARD, PACS Computerisation ଉପରେ ଗୁରୁତ୍ୱ ଦେଇଥିବାବେଳେ ଏବଂ ସନ୍ତୋଷ କୁମାର ଜାଲି, ସହକାରୀ ସମୀକ୍ଷକ ସମବାୟ ସମିତି ସମୂହ , ଜଗତସିଂହପୁର, 2024-25 ସମୀକ୍ଷା ବର୍ଷ ପାଇଁ ସମସ୍ତ PACS ର ସମୀକ୍ଷା ସମ୍ପୂର୍ଣ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଶେଷରେ ଜଗତସିଂହପୁର ନିୟନ୍ତ୍ରିତ ବଜ଼ାର କମିଟିର ସମ୍ପାଦକ, ସୂର୍ଯ୍ୟକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉପନିବନ୍ଧକ, ସମବାୟ ସମିତି ସମୂହ ଏବଂ ସହକାରୀ ନିବନ୍ଧକଙ୍କ ,ସମବାୟ ସମିତି ସମୂହ କାର୍ଯ୍ୟାଳୟର ବିବେକାନନ୍ଦ ବେହେରା , ରାଖଲ ଚନ୍ଦ୍ର ସାମଲ , ସୁମନ ବେହେରା , ମିତାଲି ବୋଷ ,ଚିତ୍ରା ଚିନ୍ମୟୀ ଦାସ, ସ୍ଵର୍ଣ୍ଣଲତା ନାୟକ , ପିଙ୍କି ହାଂସଦା, ରୁବୁ ମହାନ୍ତି ଉପସ୍ଥିତ ଥିଲେ।
ରାଜ୍ୟ
ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ
- Hits: 5