ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କିରାପଲ୍ଲୀ ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗ୍ରାମରେ ତ୍ରିନାଥ ମେଳା, ସଂକୀର୍ତ୍ତନ, ଭଜନ ସମାରୋହ ଅନୁଷ୍ଠିତ ହେବା ସହ ବିଭିନ୍ନ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ କାନିକା ଭୋଗ, ହାଲୁଆ, ଦହି ବରା ମଧ୍ୟ ବଣ୍ଟନ କରାଯାଇଥିଲା I ଏହା ସହିତ ପୂଜା କମିଟି ତରଫରୁ ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତ୍ରିନାଥ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେଦାର ପୋଲାଇ, ଯୁବ ସମାଜସେବୀ ବିଚିତ୍ର ପ୍ରଧାନ, ଗ୍ରାମ ସଭାପତି ସୋମନାଥ ପୋଲାଇ,ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠି, ପଞ୍ଚାନନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ I କମିଟି ସମ୍ପାଦକ ଗିରୀଶ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଗଣେଶଙ୍କର ସୁନ୍ଦର ମୂର୍ତ୍ତୀ ନିର୍ମାଣ କରିଥିବା ୧୯ ବର୍ଷୀୟ ଯୁବକ ତ୍ରିନାଥ ଦାସଙ୍କ ସମେତ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ପାତ୍ର, ସୁଯ୍ୟ ତ୍ରିପାଠୀ, ତୋଫାନ ସାହୁ, ଶିବରାମ ଚୌଧୁରୀ, ନବକିଶୋର ମହାରଣା, ଅଶୋକ ବିଷୋୟୀ, ମିଟୁ ମହାରଣା, ବିଜୁ ବେହେରା, ଚନ୍ଦ୍ର ଖଣ୍ଡୁଆଳ, ଯୁବ ସେଚ୍ଛାସେବୀ ପ୍ରମୋଦ ଜେନା ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା I
ରାଜ୍ୟ
ଗଣେଶ ପୂଜା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ
- Hits: 4