ହେଡଲାଇନସ୍:

ବାଲୁଗାଁ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଆଇନ ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାଲୁଗାଁ:(ସେକ କୌସର): ଛାତ୍ରଛାତ୍ରୀମାନେ ସମ୍ପ୍ରତି ଚାପମୁକ୍ତ ହୋଇ ଅଧ୍ୟୟନ କରିବା ସହ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ଉଚିତ ବୋଲି ବାଲୁଗାଁ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ଆଇନ,ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି l ଏଥିସହ ମନ୍ତ୍ରୀ କହିଲେ ଯେ ମହାବିଦ୍ୟାଳୟର ଗୁଣାତ୍ମକ ବିକାଶରେ ପୁରାତନ ଛାତ୍ରଛାତ୍ରୀମାନେ ଯୋଡି ହେବା ଆବଶ୍ୟକ l ଆଜି ଉକ୍ତ ପ୍ରତିଷ୍ଠା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଲୁଗାଁ ଵିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସା ରାଣୀ ବେହେରା ଓ ପୂର୍ବତନ ଅଧ୍ୟକ୍ଷା ଡ଼କ୍ଟର କସ୍ତୁରୀ ସାହୁ ଛାତ୍ର ଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ l ଆଜି ମନ୍ତ୍ରୀଙ୍କ ଦ୍ୱାରା ୪୫ ତମ ପ୍ରତିଷ୍ଠା ଦିବସ ଉଦଘାଟିତ ହେବାପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧି ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ପରେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l ଅଧ୍ୟାପକ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ପ୍ରାକ୍ତନ ଅଧ୍ୟକ୍ଷା ଡ଼କ୍ଟର କସ୍ତୁରୀ ସାହୁଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ l ଏଥି ସହ ମହାବିଦ୍ୟସଳୟରେ ନିରବଛିନ୍ନ ଭାବେ ପଚିଶି ବର୍ଷ ପୂରଣ କରିଥିବା ଅଧ୍ୟାପକ ସୁବ୍ରତ କୁମାର ତ୍ରିପାଠୀ, ବିଦ୍ୟାଧର ଜୁଝାରସିଂହ, ପ୍ରବୀଣ କୁମାର ଜେନା ଓ ମୃଡାନୀ ଶଙ୍କର ପ୍ରସାଦ ମିଶ୍ର ଙ୍କୁ ମନ୍ତ୍ରୀ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l ଏହାପରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ମେଧାବୀ ଛାତ୍ର ଛାତ୍ରୀଙ୍କ ସମେତ ଏନସିସି କ୍ୟାଡେଟ୍, ଏନଏସଏସ ଓ ଯୁବ ରେଡକ୍ରସର ଶ୍ରେଷ୍ଠ ସ୍ବେଛାସେବୀ ମାନଙ୍କୁ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା l ଧନ୍ୟବାଦ ପ୍ରଦାନ କରିଥିଲେ ଯୁକ୍ତଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ l

0
0
0
s2sdefault