ହେଡଲାଇନସ୍:

ଆମ ଓଡ଼ିଶା ପରୀକ୍ଷା ପାଇଁ ବେଲଗୁଣ୍ଠାରେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆସନ୍ତା ସାତ ତାରିଖ ରବିବାର ଦିନ ସମ୍ବାଦ- ଆମ ଓଡ଼ିଶା ତରଫରୁ ରାଜ୍ୟ ସ୍ତରୀୟ ପରୀକ୍ଷା ଅନୁଷ୍ଠିତ ହେବ I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ଏନ୍ଏସିର ପେଣ୍ଠ ସାହି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏବଂ ବ୍ଲକ୍ ର କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଅନୁଷ୍ଠିତ ହେବ I ଏହି ଅବସରରେ ଆଜି ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ବେଲଗୁଣ୍ଠା ପେଣ୍ଠ ସାହି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ବୈଠକରେ ସାର୍ପ ଏଜୁକେସନ୍ ଅଧ୍ୟକ୍ଷ ସତ୍ୟନାରାୟଣ ସିଅ, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ସୁଶାନ୍ତ ବେହେରା,ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ,ସତ୍ୟନାରାୟଣ ବେହେରା, ପ୍ରଭାସିନୀ ପ୍ରଧାନ, ସନ୍ଧ୍ୟାରାଣୀ ସ୍ୱାଇଁ, ବିସ୍ମିତା କୁମାରୀ ପୋଲାଇ, ପ୍ରଭାତୀ ଗୌଡ଼, ଲୀଜା ରାଣୀ ପ୍ରଧାନ, ସୁଲତା ବେହେରା, ସାମ୍ବାଦିକ ଶିବରାମ ଚୌଧୂରୀ, ନାରାୟଣ ପଣ୍ଡାଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ I ଏହି ପରୀକ୍ଷାରେ କିପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସହିତ ଏହା କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହେବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା I ସେହିଦିନ ସୂର୍ଯ୍ୟ ପରାଗ ଲାଗୁଥିବାରୁ ପରୀକ୍ଷା ଠିକ୍ ୧୦ ଟାରେ ଆରମ୍ଭ ହୋଇ ଏଗାରଟାରେ ସରିବ I ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ତିନୋଟି ଟିମ୍ ରେ ବିଭକ୍ତ ହୋଇ ଚିତ୍ରାଙ୍କନ,ସୁନ୍ଦର ହସ୍ତାକ୍ଷର ଏବଂ ଭାଷା ଜ୍ଞାନ ଓ ପ୍ରବନ୍ଧ ମୂଲ୍ୟାୟନ କରିବା ପରେ ଦିନ ଏକ ଘଣ୍ଟା ସୁଦ୍ଧା ସମସ୍ତ ପରୀକ୍ଷାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ I ଏହି ପରୀକ୍ଷା କେନ୍ଦ୍ରରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ଆମ୍ବପୁଆ,ମଙ୍ଗଳପୁର,ବଙ୍କା, ଉଢୁରା,ତନରଡା,ଘୂ. ନୁଆଁଗାଆଁ,ଧୂମୂଛାଇ ଏବଂ ଇଙ୍ଗିନାଠୀ ପଂଚାୟତର ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ବ୍ୟବସ୍ଥା କରାଯାଇଛି I
ଫଟୋ

0
0
0
s2sdefault