ହେଡଲାଇନସ୍:

ସୁପ୍ରିମକୋର୍ଟ ଗଠିତ ଟ୍ରିବ୍ୟୁନାଲ କମିଟିର ବଂଶଧାରା ଜଳ ବିବାଦୀୟ ଅଞ୍ଚଳ ପରିଦର୍ଶନ ଓ ଅନୁଧ୍ୟାନ : ଓଡିଶାକୁ କ୍ଷତି ନହେଲା ଭଳି ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ରକୁ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶାର ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଗୁଡାରୀ ନିକଟସ୍ଥ ଅଞ୍ଚଳରେ ପ୍ରବାହିତ ଏହି ବଂଶଧାରାନଦୀ ଉପରେ ରାଜ୍ୟ ସରକାରଙ୍କ ଦୀର୍ଘ ବର୍ଷର ପ୍ରସ୍ତାବିତ ପାଣି ଡଙ୍ଗର ବ୍ୟାରେଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର କୌଣସି ନାମ ଗନ୍ଧ ନଥିବାର ସୁଯୋଗ ନେଇ ଆନ୍ଧ୍ର ସରକାର ତାଙ୍କ ରାଜନୈତିକ ଓ ଚାଷୀ  ଓ ଅଞ୍ଚଳବାସୀଙ୍କ ସ୍ୱାର୍ଥ ସାଧନ ପାଇଁ ବଂଶ ଧାରା ନଦୀର ପାର୍ଶ୍ୱରେ ପ୍ରବାହିତ ହେଉଥିବାବଂଶଧାରା ନଦୀର ଜଳକୁ ଅପହରଣ କରିବା ଉଦ୍ଦେଶ୍ୟରେ କଟ୍ରାଗଡ ଓ ନେରେଡି ଠାରେ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ପରିସ୍ଥିତିରେ ଆଗେଇନେଇଛି । ଆନ୍ଧ୍ର ସରକାର ତାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରାୟତଃ ୮୦ ଭାଗ ସମ୍ପୁର୍ଣ୍ଣ କରିସାରିଥିବା ବେଳେ ଏ ଦିଗରେ ରାଜ୍ୟ ସରକାର କେବଳ ଚିଠି ଲେଖାରେ ସୀମିତ ରହିଛନ୍ତି ।

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ବଂଶୀଧାରା ଜଳ ବଣ୍ଟନ ବିବାଦର ସମାଧାନ ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଟ୍ରିବ୍ୟୁନାଲ କମିଟିର ଏକ ତିନିଜଣିଆ ଟିମ ଗଜପତି ଜିଲ୍ଲା କାଶିନଗର ବ୍ଲକାଞ୍ଚଳର ସାରା ଗ୍ରାମପାର୍ଶ୍ୱରେ ପ୍ରବାହିତ ବଂଶଧାରା ନଦୀ କୁଳକୁ ପରିଦର୍ଶନରେ ଆସି ଅନୁଧ୍ୟାନ କରି ଫେରିଯାଇଛନ୍ତି । ଟ୍ରିବ୍ୟୁନାଲ କମିଟି ଅଧକ୍ଷ ଜଷ୍ଟିସ୍‍ ମୁକୁନ୍ଦକମ ଶର୍ମାଙ୍କ ନେତୃତ୍ୱରେ କମିଟିର ସଭ୍ୟ ଡି.ଏନ ଚତୁର୍ବେଦୀ ଏବଂ ପ୍ରତିଭାରାଣୀ ଆସିଥିବା ବେଳେ ସେମାନଙ୍କ ସହିତ ସୁପ୍ରିମ କୋର୍ଟର ୩ଜଣ ଏଡ୍‍ଭୋକେଟ ମଧ୍ୟ ଆସିଥିଲେ । ଟ୍ରିବ୍ୟୁନାଲ କମିଟି ଗତକାଲି ଆନ୍ଧ୍ରର କାଟ୍ରାଗଡ ଓ ନେରେଡି ଠାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ବୃହତ ଜଳ ଭଣ୍ଡାର ଓ କେନାଲ ପ୍ରକଳ୍ପ ନିର୍ମାଣ ବୁଲି ଦେଖି ସମସ୍ତ ଅନୁଧ୍ୟାନ କରିଥିବା ବେଳେ ଆଜି ଓଡିଶା ଗଜପତି ଜିଲ୍ଲାର ବଂଶଧାରା ନଦୀ ପାର୍ଶ୍ୱ ସାରା ଗ୍ରାମକୁ ଯାଇ ନଦୀ ଜଳର ଗତିବିଧି , ଗ୍ରାମ ଓ ଆନ୍ଧ୍ରର ନିର୍ମାଣଧୀନ ପ୍ରକଳ୍ପକୁ ଅନୁଧ୍ୟାନ କରିଥିଲେ । ସାରା ଗ୍ରାମଠାରେ ବଂଶଧାରା ନଦୀର  ଜିରୋ ପଏଣ୍ଟ ଠାରେ ଟ୍ରିବ୍ୟୁନାଲ କମିଟି ଓଡିଶା ଓ ଆନ୍ଧ୍ରର ସମସ୍ତ ପରିସ୍ଥିତି ଅନୁଧ୍ୟାନ କରି ଆନ୍ଧ୍ର ଓ ଓଡିଶାର ଉପସ୍ଥିତ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।ପରେ ସାରା ବାଡିଗା ନିକଟସ୍ଥ ବଂଶଧାରାନଦୀକୂଳକୁ ଯାଇ ଟ୍ରିବ୍ୟୁନାଲ କମିଟି ଆନ୍ଧ୍ର ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଟ୍ରିବ୍ୟୁନାଲ କମିଟି ଅଧକ୍ଷ ମୁକୁନ୍ଦକମ ଶର୍ମା , ଆନ୍ଧ୍ରର ଯନ୍ତ୍ରୀ ମାନଙ୍କୁ କହିଥିଲେ ଯେ ଆନ୍ଧ୍ର ପକ୍ଷରୁ ଅତୀତରେ ଯେଉଁ ମନୋଭାବ ନେଇ ବଂଶ ଧାରା ନଦୀ ଜଳ ନେବାକୁ ପ୍ରକଳ୍ପ ନିର୍ମାଣ କରାଯାଇଛି, ସେଥିପ୍ରତି ଗୁରୁତ୍ୱ ନ ଦେଇ ଓଡିଶାକୁ କ୍ଷତି ନହେବା ଭଳି ଏବଂ ଉଭୟ ଓଡିଶା ଓ ଆନ୍ଧ୍ରକୁ ସୁହାଇଲା ଭଳି ପ୍ରକଳ୍ପ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଅରୁଣ କୁମାର ପାଢୀ ସାମ୍ୱାଦିକ ମାନଙ୍କୁ ସୂଚନା ଦେଇ କହିଥିଲେଯେ ଟ୍ରିବ୍ୟୁନାଲ କମିଟି ଠାରେ ଉଭୟ ଓଡିଶା ଓ ଆନ୍ଧ୍ର ପକ୍ଷରୁ ପାଣି ନେବା ଓ ଚାଲିଯାଉଥିବା ଉପରେ ଯେଉଁ ଅଭିଯୋଗ ହୋଇଥିଲା ତାକୁ ସନ୍ଦେହ ତଥା ଭିତ୍ତି କରି ଟ୍ରିବ୍ୟୁନାଲ କମିଟି ଉଭୟ ଆନ୍ଧ୍ରର ପ୍ରକଳ୍ପ ନିର୍ମାଣ ଜଳ ଓ ଓଡିଶାର କ୍ଷତି ହେବା ସ୍ଥଳ ପ୍ରଭୃତି ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ଏ ସମ୍ପର୍କରେ ଟ୍ରିବ୍ୟୁନାଲ କମିଟି କେଉଁଠି ଆନ୍ଧ୍ର ପାର୍ଶ୍ୱରେ ଓ କେଉଁଠି ଓଡିଶା ପାର୍ଶ୍ୱକୁ ପାଣି ଯାଉଛି ତାର ସବିଶେଷ ରିପୋର୍ଟ ମାନ୍ୟବର ସୁପ୍ରିମକୋର୍ଟକୁ ପ୍ରଦାନ କରିବେ । ଅନ୍ୟ ପକ୍ଷରେ ଉଭୟ ରାଜ୍ୟର କାହାର କୌଣସି କ୍ଷତି ନହେବା ଭଳି ଟ୍ରିବ୍ୟୁନାଲ କମିଟି ଉଭୟଙ୍କୁ ସୁହାଇଲା ଭଳି ରିପୋର୍ଟ ପ୍ରଦାନ କରିବେ ବୋଲି କହିଥିଲେ । ଏଠାରେ ସୂଚନା ଯୋଗ୍ୟଯେ ଓଡିଶାର ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଗୁଡାରୀ ନିକଟସ୍ଥ ଅଞ୍ଚଳରେ ପ୍ରବାହିତ ଏହି ବଂଶଧାରାନଦୀ ଉପରେ ରାଜ୍ୟ ସରକାରଙ୍କ ଦୀର୍ଘ ବର୍ଷର ପ୍ରସ୍ତାବିତ ପାଣି ଡଙ୍ଗର ବ୍ୟାରେଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର କୌଣସି ନାମ ଗନ୍ଧ ନଥିବାର ସୁଯୋଗ ନେଇ ଆନ୍ଧ୍ର ସରକାର ତାଙ୍କ ରାଜନୈତିକ ଓ ଚାଷୀ  ଓ ଅଞ୍ଚଳବାସୀଙ୍କ ସ୍ୱାର୍ଥ ସାଧନ ପାଇଁ ବଂଶ ଧାରା ନଦୀର ପାର୍ଶ୍ୱରେ ପ୍ରବାହିତ ହେଉଥିବାବଂଶଧାରା ନଦୀର ଜଳକୁ ଅପହରଣ କରିବା ଉଦ୍ଦେଶ୍ୟରେ କଟ୍ରାଗଡ ଓ ନେରେଡି ଠାରେ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ପରିସ୍ଥିତିରେ ଆଗେଇନେଇଛି । ଆନ୍ଧ୍ର ସରକାର ତାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରାୟତଃ ୮୦ ଭାଗ ସମ୍ପୁର୍ଣ୍ଣ କରିସାରିଥିବା ବେଳେ ଏ ଦିଗରେ ରାଜ୍ୟ ସରକାର କେବଳ ଚିଠି ଲେଖାରେ ସୀମିତ ରହିଛନ୍ତି । ଅନ୍ୟ ପକ୍ଷରେ ଟ୍ରିବ୍ୟୁନାଲ କମିଟି ବିବାଦୀୟ ନଦୀ ସ୍ଥଳ ପରିଦର୍ଶନ ଓ ଅନୁଧ୍ୟାନ କରିବା ସତ୍ୱେ ମଧ୍ୟ ଆନ୍ଧ୍ର ସରକାରଙ୍କ ନେରଡି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏଥିରେ ଜଣା ପଡିଛିଯେ ଆନ୍ଧ୍ର ସରକାର ତାର ପ୍ରକଳ୍ପ ନିର୍ମାଣ କେଉଁ ଭଳି ଜାରୀ ରଖିଛି  । ଟ୍ରିବ୍ୟୁନାଲ କମିଟି ଏହା ଦେଖି ଏ ଦିଗରେ କାହାକୁ କିଛି ଯନ୍ତ୍ରୀ ମାନଙ୍କୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ଉପରେ କୌଣସି ଇଙ୍ଗିତ କରିନଥିଲେ । ପ୍ରକାଶ ଯୋଗ୍ୟଯେ ଟ୍ରିବ୍ୟୁନାଲ କମିଟି ବଂଶଧାରା ବିବାଦୀୟ ନିକଟସ୍ଥ ଅଞ୍ଚଳକୁ ଗସ୍ତ  କରିଥିଲେ ସିନା ନଦୀକୂଳକୁ ଯାଇ  ଅନୁଧ୍ୟାନ କରିବା ପାଇଁ ପ୍ରଶାସନର ଅସ୍ଥାୟୀ ଭାବେ ନିର୍ମାଣଧୀନ ନଦୀ ପାର୍ଶ୍ୱରେ ଟେଣ୍ଟ ପାଖକୁ ଯାଇନଥିଲେ । କେବଳ ପ୍ରାୟ ଅଧାକିଲୋମିଟର କୁଳଦୁରରେ ଦୁରରେ ଆନ୍ଧ୍ରଯନ୍ତ୍ରୀଙ୍କ ସହିତ ଆଲୋଚନା କରି ଫେରିଯାଇଥିଲେ । ଟ୍ରିବ୍ୟୁନାଲ କମଟିକୁ ଅଭିଯୋଗ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଚାଷୀ ଓ ଅଞ୍ଚଳବାସୀ ସେମାନେ ଭବିଷ୍ୟତରେ କିଭଳି କ୍ଷତି ସହିବେ ଆନ୍ଧ୍ରର ପ୍ରକଳ୍ପ ନିର୍ମାଣ ଓ ତାହା କାର୍ଯ୍ୟକ୍ଷମ ହେବା ଦ୍ୱାରା ସେଥିପାଇଁ ଜଗି ରହିଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ସହିତ ଆଲୋଚନାର ସୁଯୋଗ ଦିଆଯାଇନଥିବାଯୋଗୁଁ ସେଠାରେ ଅଞ୍ଚଳବାସୀ ଓ ଅପେକ୍ଷାରତ ଚାଷୀଙ୍କ ମଧ୍ୟରେ କ୍ଷୋଭ  ପ୍ରକାଶ ପାଇ ଅସନ୍ତୋଷର ବାତାବରଣ ଖେଳିଯାଇଥିଲା । ହେଲେ ଅପେକ୍ଷା ସହ ଦେଖିବାକୁ ବାକି ରହିଲା ଯେ ଟ୍ରିବ୍ୟୁନାଲ  କମିଟି ତାଙ୍କ ରିପୋର୍ଟ ପ୍ରଦାନ କେଉଁଭଳି ଓ କାହାର ସପକ୍ଷରେ କିଭଳି ହୋଇ କାହାକୁ ସୁହାଇଲା ଭଳି ରାୟ ପ୍ରକାଶ ପାଇବ  । ଅନ୍ୟମାନଙ୍କ ମଧ୍ୟରେ ଟ୍ରିବ୍ୟୁନାଲ  କମିଟିର ଏହି ପରିଦର୍ଶନ ଅନୁଧ୍ୟାନ ବେଳେ  ବଂଶଧାରା ଓ ରୁଷିକୁଲ୍ୟା ନାଗାବଳୀର ମୁଖ୍ୟ ଯନ୍ତ୍ରୀ ସରୋଜ କୁମାର ପଟ୍ଟନାୟକ, ଜଳ ସମ୍ପଦ ବିଭାଗ ସର୍ବୋଚ ଯନ୍ତ୍ରୀ ଅକ୍ଷୟ କୁମାର ବେନାର୍ଜି ପ୍ଲାଇନିଂ ଓ ଡିଭାନିଂ ବିଭାଗ ସର୍ବୋଚ୍ଚ  ଯନ୍ତ୍ରୀ ରବିନାରାୟଣପାତ୍ର , ଆନ୍ଧ୍ରର ୮ଜଣିଆ ଯନ୍ତ୍ରୀ ଓ ଏଡଭୋକେଟ ଦଳ , ଗଜପତି ଜିଲ୍ଲାପାଳ ଅନୁପମ ସାହା, ଏସ୍‍.ପି ଅମୁଲ୍ୟ କୁମାର ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

 

 

 

 

 

 

 

0
0
0
s2sdefault