ଜଗତସିଂହପୁର,ତା-୨୪.୦୮.୨୦୨୫/ସୁମନ୍ତ କୁମାର ଦାସ:ତିର୍ତୋଲ ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତରେ ସରକାରୀ ନିୟମକୁ ଅଣଦେଖା କରି ବଟମଙ୍ଗଳା ପ୍ରାଥମିକ କୃଷି ସମବାୟ ସମିତି ଗଠନ ହୋଇଥିବା ନେଇ ଅଭିଯୋଗ ହୋଇଅଛି । ୧୯୭୬ ମସିହାରେ ତିନିଗୋଟି ଗ୍ରାମପଞ୍ଚାୟତ ବିରିତୋଳ, ଗୋପାଳପୁର ଏବଂ ସଅଁରାର ଚାଷୀ ଭାଇଙ୍କ ସହମତି ଓ ଉଦ୍ୟମ କ୍ରମେ “ବିରିତୋଳ ସେବା ସମବାୟ ସମିତି" ସ୍ଥାନ ସଅଁରା ଠାରେ ପ୍ରତିଷ୍ଠିତ ହୋଇଥିଲା । କିନ୍ତୁ ଏବେ ବଟମଙ୍ଗଳା ପ୍ରାଥମିକ କୃଷି ସମବାୟ ସମିତି, କୀର୍ତନପୁର ଗୋପାଳପୁର ଗ୍ରାମପଞ୍ଚାୟତର । ଗୋଟି ଗ୍ରାମକୁ ନେଇ ଗଠନ କରାଯିବା ପରେ ଏହା ବିବାଦ ଘେରକୁ ଆସିଛି । ଏନେଇ ଗୋପାଳପୁର ଗ୍ରାମପଞ୍ଚାୟତର କିଛି ଚାଷୀ ଆସିଷ୍ଟାଟ ରେଜିଷ୍ଟ୍ରାର କୋ-ଅପରେଟିଭ୍ ସୋସାଇଟି, ଜଗତସିଂହପୁର, ସମବାୟ, ହସ୍ତଶିଳ୍ପ ଓ ବୟନ ବିଭାଗର ମନ୍ତ୍ରୀ ଓଡିଶା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ବିଭାଗର ମନ୍ତ୍ରୀ ଓଡିଶାଙ୍କ ନିକଟରେ ଅଭିଯୋଗ କରିଛବି । ଅଭିଯୋଗ ମୁତାବକ କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ୫ଜାନୁୟାରୀ ୨୦୨୩ ପ୍ରାଥମିକ କୃଷି ସମବାୟ ସମିତି ମତେଲ ବାଇଲ ଅନୁଯାୟୀ ଏକ ପ୍ରାଥମିକ କୃଷି ସମବାୟ ସମିତିର ସଭ୍ୟ ହେବା ପାଇଁ ହେଲେ କୌଣସି ବ୍ୟକ୍ତି ଅନ୍ୟ କୌଣସି ସମବାୟ ସମିତିର ସଭ୍ୟ ହୋଇନଥିବେ ଏବଂ ଅନ୍ୟ ସମିତିରେ ଋଣୀ ବା ଋଣ ଖିଲାପକାରୀ ହୋଇନଥିବେ କିନ୍ତୁ ବଟମଙ୍ଗଳା ପ୍ରାଥମିକ କୃଷି ସମବାୟ ସମିତିରେ ଥିବା ଏକାବନ ଜଣଙ୍କ ସଭ୍ୟଙ୍କ ମଧ୍ୟରୁ ଷୋହଳ ଜଣ ବିରିତୋଳ ସମିତିରେ ସଭ୍ୟ ଅଛନ୍ତି ଏବଂ ଏହି ଷୋହଳ ଜଣଙ୍କ ମଧ୍ୟରୁ ଛଅଜଣ ଋଣୀ ଏବଂ ଦୁଇଜଣ ଋଣ ଖିଲାପକାରୀ ଅଛନ୍ତି । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ଓଡିଶା କୋ-ଅପରେଟିଭ୍ ଆକ୍ଟ ୧୯୬୨ ଅନୁଯାୟୀ କୌଣସି ଏକ ସମବାୟ ସମିତିରୁ ଅଲଗା ହୋଇ ଅନ୍ୟ ଏକ ସମିତି କରିବା ପାଇଁ ହେଲେ ପ୍ରଥମ ସମିତିର ଏକ ସାଧାରଣ ସଭାରେ ସଂଖ୍ୟାଗରିଷ୍ଠତା ସଦସ୍ୟଙ୍କ ଉପସ୍ଥିତି ଏବଂ ଭୋଟ ଆଧାରରେ ଅଲଗା ହୋବା ପାଇଁ ପ୍ରସ୍ତାବ ଗୃହୀତ ହେବା ଆବଶ୍ୟକ କିନ୍ତୁ ଏଠାରେ ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ସରକାରୀ ଅଧିକାରୀଙ୍କୁ ହାତବାରିସି କରି ସମିତିକୁ ରେଜିଷ୍ଟେସନ କରାଯାଇଛି।ଆହୁରି ଆଶ୍ଚଯ୍ୟର କଥା ସମିତି ରେଜିଷ୍ଟେସନ ହେବା ପରେ ଏହାର କାର୍ଯ୍ୟାଳୟ ପାଇଁ ତା ୦୬.୧୧.୨୦୨୩ତାରିଖରେ ଗୋପାଳପୁର ଗ୍ରାମପ ।ୟତର ସରପ ଚିଠି ନଂ-୪୯ରେ ବଟମଙ୍ଗଳା ପ୍ରାଥମିକ ସମିତିର ସଭାପତି ଏବଂ ସମ୍ପାଦକଙ୍କୁ କୀ ନପୁର ପ୍ରାଥମିକ ବିଦ୍ୟାଳୟର ବନ୍ଦ ପଡିଥିବା ଦୁଇଗୋଟି ଶ୍ରେଣୀ ଗୃହକୁ ସମିତିର କାର୍ଯ୍ୟାଳୟ କରିବା ପାଇଁ ପ୍ରଦାନ କରିଅଛନ୍ତି । କିନ୍ତୁ ଏଠି ଏକ ସାଙ୍ଘାତିକ କଥା ସମ୍ନାକୁ ଆସିଛି କି କୀ ନପୁର ପ୍ରାଥମିକ ବିଦ୍ୟାଳୟ କମ୍ ଉପସ୍ଥାନ ଯୋଗୁ ୨୦୨୧ମସିହାରେ ଗୋପାଳପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶିଥିଲା । କିନ୍ତୁ କୀର୍ତ୍ତନପୁର ଅଙ୍ଗନୱାଡିର ନିଜସ୍ଵ ଗୃହ ନଥିବାରୁ ଏହା କୀ ନପୁର ପ୍ରାଥମିକ ବିଦ୍ୟାଳୟର ଏକ ଗୃହରେ ଚାଲୁଥିଲା। ପୂର୍ବତନ ସରପଞ୍ଚ ଙ୍କ ଚିଠି ଏବଂ ସୁପାରିଶ ଆଧାରରେ ସି.ଡି.ପି.ଓ ତିର୍ତ୍ତୋଲଙ୍କ ଚିଠି ନଂ ୪୪୩ ତା ୧୩.୦୫.୨୦୨୩ ମସିହାରେ ମଣ୍ଡଳ ଉନ୍ନୟନ ଅଧିକାରୀ ତିର୍ତ୍ତୋଲଙ୍କୁ ଏବଂ ପରିପତ୍ର ୪୪୪ ମାଧ୍ୟମରେ ସରପଞ୍ଚ ଗୋପାଳପୁରଙ୍କୁ ଏହି ଦୁଇ ଶ୍ରେଣୀ ଗୃହକୁ କାନପୁର ଅଙ୍ଗନଓ୍ବାଡିକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ
ସରକାରୀ ନୀତି ନିୟମକୁ ଅଣଦେଖା କରି ପ୍ରାଥମିକ କୃଷି ସମବାୟ ସମିତି ଗଠନ
- Hits: 8