ହେଡଲାଇନସ୍:

ଭ୍ରଷ୍ଟାଚାର ଅଫିସର ମାନଙ୍କ ପାଇଁ ସରକାରଙ୍କୁ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୪.୦୮.୨୦୨୫/ସୁମନ୍ତ କୁମାର ଦାସ: ରାଜ୍ୟ ସରକାରଙ୍କର ଓଡ଼ିଶାରେ ୨୦୩୬ ମସିହା ସୁଦ୍ଧା ମତ୍ସ୍ୟ ଉତ୍ପାଦନ କୁ ୧୦ଗୁଣା କରିବା ଲକ୍ଷ୍ୟରେ ଅଗ୍ରସର ହେଉଥିବାବେଳେ କେନ୍ଦ୍ର ସରକାର ମତ୍ସ୍ୟ ସମ୍ପଦର ବିକାଶକୁ ଅଧିକ ପ୍ରାଥମିକତା ଦେଉଥିବାବେଳେ ରାଜ୍ୟ ସରକାର ମଧ୍ୟ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ତଥା ଅନେକ ଯୋଜନା ପ୍ରଣୟନ କରିଛନ୍ତି l ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା,ମୁଖ୍ୟ ମନ୍ତ୍ରୀ ମତ୍ସ୍ୟ ଜୀବି କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ମତ୍ସ୍ୟ ପୋଖରୀ ଯୋଜନା,ଜାତୀୟ ଯାଆଁଳ ଉତ୍ପାଦନର ବୃଦ୍ଧି, ମହିଳା ସ୍ଵୟଂ ସହାୟକା ଗୋଷ୍ଠୀ ମାନଙ୍କ ଦ୍ଵାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ ପାଇଁ ସହାୟତା ଯୋଜନା ମାଧ୍ୟମରେ ସବସିଡି ଯୋଗାଇଦେବାପାଇଁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଦୁଃଖର ବିଷୟ ଏହି କି ଯେ ଆମର ଜଗତସିଂହପୁର ବ୍ଲକ ର ଏସ୍ସିଷ୍ଟାନ୍ସ ଫିଷେରିଏସ ଅଫିସର ଶ୍ରୀ ବିଶ୍ୱ ରଞ୍ଜନ ମହାପାତ୍ର ବ୍ଲକ ରେ ବାରମ୍ବାର ଅନୁପସ୍ଥିତ ଏବଂ ସାଧାରଣ ହିତାଧିକାରୀ ମାନଙ୍କୁ ବ୍ଯବହାର ଖରାପ କରିବା ଦ୍ୱାରା ସାଧାରଣ ହିତାଧିକାରୀ ଫୀସହଏରୀ ସ୍କିମ ରେ ସବସିଡି ପାଇ ପାରୁ ନାହାଁନ୍ତି।ଜଗତସିଂହପୁର ବ୍ଲକ ର ପୂରଣ ପଞ୍ଚାୟତ ର ଶ୍ରୀ ସୌମ୍ୟ ଦର୍ଶନ ରାୟ ସରକାରଙ୍କ ପାଖରେ ଅଭିଯୋଗ କରିଛନ୍ତି ତାଙ୍କର ୩. ୦୦ ଏକର ଚାଷ ଜମି ଥିଲେ ମଧ୍ୟ ଶ୍ରୀ ବିଶ୍ୱ ରଞ୍ଜନ ମହାପାତ୍ର, ଏଫଓ ତାଙ୍କୁ ବାରମ୍ବାର ବ୍ଲକ ରୁ ଫେରାଇ ଦେଉଛନ୍ତି ।ତାଙ୍କୁ ଗଭାର୍ମେଣ୍ଟ ସ୍କିମରେ ପୋଖରୀ ଖନନ ପାଇଁ ସବସିଡି ର ବ୍ଯବସ୍ଥା କରୁନାହାନ୍ତି । ବ୍ଲକ କୁ ଆସିଲେ ଖରାପ ବ୍ଯବହାର କରିଛନ୍ତି । ପୋଖରୀ ଖନନ ପାଇଁ ଲାଞ୍ଚ ମାଗିଛନ୍ତି।ଏଥିପାଇଁ ଏଫଏଆରଡି ଡିପାର୍ଟମେଣ୍ଟ ତରଫରୁ ତାଙ୍କ ଉପରେ ଜଏଣ୍ଟ ଇନକ୍ୱାରୀ କମିଟି ଜିଲ୍ଲା ମସ୍ୟ କାର୍ଯ୍ୟାଳୟ,ଜଗତସିଂହପୁର ଠାରେ ତାରିଖ ୧୩.୦୮.୨୦୨୫ ବସିଥିଲା l ଏହି ଭଳି ଭ୍ରଷ୍ଟାଚାର ଅଫିସର ମାନଙ୍କ ପାଇଁ ହିତାଧିକାରୀ ମାନେ ସରକାରୀ ଯୋଜନା ର ଲାଭ ପାଇପାରୁନାହାନ୍ତି।ପ୍ରାଶାସନିକ କ୍ଷେତ୍ରରେ ପଦକ୍ଷେପ ନେବା ପାଇଁ ହିତାଧିକାରୀ ମାନେ ସରକାରଙ୍କ ପାଖରେ ଦାବୀ ଜଣାଇଛନ୍ତି।

0
0
0
s2sdefault