ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନ, ଉଚ୍ଚ ସ୍ତରୀୟ ତଦନ୍ତ ଦାବି।
କେନ୍ଦୁଝର,ତା୭/୮- ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତର ପାଞ୍ଚଦିନ ଯାଇନି ତାଙ୍କ ଦ୍ଵାରା ଉଦଘାଟିତ ଜନ ପ୍ରତୀକ୍ଷାଳୟ ଛାତ ସିଲିଂ ଗଳି ପଡ଼ିଥିବା ଖବର ଆସିଛି । ସୂଚନା ମିଳିଛି କି ମାତ୍ର ପାଞ୍ଚ ଦିନ ତଳେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଆସି ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁଖ୍ୟ ଅତିଥି ହେବା ସହ ଜିଲ୍ଲାର ଅନେକ ପ୍ରକଳ୍ପର ଉଦଘାଟନ କରିଥିଲେ। ଯେ ହେତୁ ସେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ତେଣୁ କେନ୍ଦୁଝର ସହରକୁ ସ୍ୱତନ୍ତ୍ର ସ୍ଥାନ ଦେବାକୁ ପ୍ରକଳ୍ପ ସବୁ ସୁନ୍ଦର ହେବାକୁ ଜୋର ଦେଇଥିଲେ। ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଜନ ପ୍ରତୀକ୍ଷାଳୟର ଶୁଭ ଉଦଘାଟନ କରିଥିଲେ ସାଥିରେ ଅନେକ ବିଜେପି ନେତା ଫଟୋ ଉଠାଇ ଥିଲେ। ତେବେ ଏଠାରେ ଲୋକେ ବସିଥିବା ବେଳେ ହଠାତ ସିଲିଂ ଖସି ପଡ଼ିଥିଲା ଭାଗ୍ୟଭଲ କେହି ଆହତ ହୋଇନଥିଲେ। ଦଶ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଏପରି କେମିତି ହେଲା ବୁଝିବା ବେଳେ କେହି ଉତ୍ତର ଦେଇ ନଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ଖୁବ ବଢିଆ କାମ ହୋଇଛି ବୋଲି କୁହାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଏପରି ନିମ୍ନ ଧରଣର କାମ କରି ଉଦଘାଟନ କରାଯାଉଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।