ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ବଡ଼କର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରାମଗୋପାଳ ଭୋଇ ଭୁବନେଶ୍ୱର ରେଳ ଭବନ ଠାରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ନବୋଦୟ ବିଦ୍ୟାଳୟ ସମିତି ର ଯୁଗ୍ମ କମିଶନର ଜ୍ଞାନେନ୍ଦ୍ର କୁମାର, ସମ୍ମାନିତ ଅତିଥି ଓଡିଶା ସରକାର ଙ୍କ ଇପିକଲ ମୁଖ୍ୟ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଙ୍କ ଠାରୁ ସମ୍ମାନିତ ହୋଇଛନ୍ତି। ଓଡିଶା ର କୋଣ ଅନୁକୋଣ ରୁ ଆସିଥିବା ପୁରାତନ ନବୋଦୟ ଛାତ୍ରଛାତ୍ରୀ ଙ୍କ ଭେଟଘାଟ ଉତ୍ସବରେ ନବୋଦୟ ବିଦ୍ୟାଳୟ ସମିତି ଆଞ୍ଚଳିକ କାର୍ଯ୍ୟାଳୟ ଭୋପାଲ ର ସହକାରୀ କମିଶନର ଦିକ୍ଷ୍ୟାଜ୍ୟୋତି ମିଶ୍ର,ଜାତୀୟ ସଭାପତି ଆଶାଭାନୁ ସ୍ୱାଇଁ,ସମ୍ପାଦକ ସରୋଜ ବାଗ,ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡକ୍ଟର ଏନ୍ ତିରୁମାଳା ନାଏକ,କନସଲଟାଣ୍ଟ ଡକ୍ଟର ଭି ମୁନିରମିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଖବର ଶୁଣିବା ପରେ ସମଗ୍ର ଅଂଚଳ ରେ ଖୁସି ର ଲହରୀ ଖେଳିଯାଇଛି।
ରାଜ୍ୟ
ଶିକ୍ଷକ ରାମଗୋପାଳ ଭୋଇ ସମ୍ମାନିତ
- Hits: 9