ଯାଜପୁର(ଜୟଶଙ୍କର ଦାଶ)
ଯାଜପୁର ଜିଲ୍ଲାର ସମସ୍ତ ତହସିଲରେ ପୁରୁଣା ଦଲିଲର ଦାଖଲ ଖାରଜ ବ୍ୟବସ୍ଥା କରାଯାଊଚ୍ଥି । ଚଳିତ ମାସ ୧୯ ତାରିଖ ଠାରୁ ଜାନୁଆରୀ ମାସ ୧୦ ତାରିଖ ପର୍ଯ୍ୟନ୍ତ ଏହି ଦାଖଲ ଖାରଜ କାର୍ଯ୍ୟକ୍ରମ ଜାରି ରହିବ । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ରଂଜନ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଓ ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଏହି ବ୍ୟବସ୍ଥା ଅନୁସାରେ କାର୍ଯ୍ୟ ତ୍ୱରାନ୍ୱିତ କରି ଜନସାଧାରଣଙ୍କୁ ସହଯୋଗ କରିବାକୁ ସମସ୍ତ ତହସିଲଦାର ଏବଂ ରାଜସ୍ୱ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଚ୍ଥନ୍ତି । ଏହି ବ୍ୟବସ୍ଥା ଅନୁଯାୟୀ ଖରିଦ ସୂତ୍ରରେ ଦାଖଲ କରାଯାଊଥିବା ଜମିର ଦଲିଲ ଦାଖଲ ଖାରଜ ମାମଲା କେବଳ ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଦ୍ୱାରା ଅନଲାଇନ ରେ ପଂର୍ମ ନମ୍ୱର ୩ ମୁତାବକ ସମସ୍ତ ତହସିଲରେ ଦାଖଲ ଖାରଜ କରାଯାଊଚ୍ଥି । ପୂର୍ବରୁ ସମ୍ପାଦିତ ରେଜେଷ୍ଟି୍ରି ଦଲିଲ ଥାଇ ଦାଖଲ ଖାରଜ ମାମଲା ହୋଇ ନ ଥିଲେ ଏ ସଂପର୍କିତ ମାମଲା ତହସିଲରେ କରି ଊପକୃତ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଚ୍ଥନ୍ତି । ସେହିପରି ନିର୍ଦ୍ଧାରିତ ପଂର୍ମରେ ନିଜର ସଂପୂର୍ଣ୍ଣ ଠିକଣା ଓ ମୋବାଇଲ ନମ୍ୱର, ପିଂସ ଓ ରେଜେଷ୍ଟି୍ର ଦଲିଲର ନକଲ ସହ ଦରଖାସ୍ତ ଗ୍ରହଣୀୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ସୂଚନା ଦେଇଚ୍ଥନ୍ତି । ତେବେ ଏହି ସମୟ ଅତିକ୍ରାନ୍ତ ପରେ ଊପରୋକ୍ତ ପୁରୁଣା ରେଜେଷ୍ଟି୍ର ଦଲିଲର ଦାଖଲ ଖାରଜ ନିମନ୍ତେ କୈାଣସି ମାମଲା ଗ୍ରହଣୀୟ ହେବନାହିଁ ଓ ଜମି ପଟ୍ଟା ନିମନ୍ତେ ନାମ ସଂଶୋଧନ କରାଯାଇପାରିବ ନାହିଁ ବୋଲି ଊପଜିଲ୍ଲାପାଳ ଶ୍ରୀ ଧଳ ସ୍ପଷ୍ଟ କରିଦେଇଚ୍ଥନ୍ତି ।