ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ସମେତ ୫୮୧ଜଣଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ସର୍ବାଧିକ ତିତଲି ପ୍ରଭାବିତ ଗଙ୍ଗାବାଡ ପଞ୍ଚାୟତର ଗଙ୍ଗାବାଡ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରକାରୀ ଯୋଜନା ଗୁଡିକ ଉପରେ ଲୋକଙ୍କୁ ସଚେତନ କରାଇବା ପାଇଁ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଙ୍ଗାବାଡ ସରପଞ୍ଚ ସୁନିତା କିଙ୍ଗଲଙ୍କ ସଭାପତିରେ ଗଜପତି ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପିଠା ଯୋଜନା ଜନ ସାଧାରଣ ଙ୍କ ସେବାରେ ନିୟୋଜିତ ଏବଂ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଲୋକମାନଙ୍କ ମୌଳିକ ସମସ୍ୟାକୁ ବୁଝିବା ସହିତ ତାର ତୁରନ୍ତ ସମାଧାନ ପାଇଁ ପ୍ରଶାସନିକ ଅଧିକାରୀମାନେ ଲୋକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ । ଉପଜିଲ୍ଲପାଳ ରଜନୀକାନ୍ତ ସ୍ୱାଇଁ ଯୋଗଦେଇ ସମସ୍ତ ସରକାରୀ ଯୋଜନାର କାର୍ଯ୍ୟକ୍ରମ ଉପରେ ଜନସଚେତନତା ସୃଷ୍ଟି କରିବା ଏବଂ ପଞ୍ଚାୟତ ସ୍ତରରେ ପଞ୍ଚାୟତବାସୀ ସଫଳତାର ଭାଗୀଦାରୀ ହେବା ପାଇଁ ଏହି ଯୋଜନାର ଉଦ୍ଦେଶ୍ୟ ବୋଲି କହିଥିଲେ । ରାୟଗଡ ବ୍ଲକ ଅଧକ୍ଷ ଧନେଶ୍ୱର ଭୂୟାଁ ରାଜ୍ୟ ସରକାରଙ୍କ ଲୋକହିତକର ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ବିଭିନ୍ନ ସରକାରୀ ଯୋଜନା ଉପରେ ଜନସଚେତନତା ସୃଷ୍ଟି କରିବା ଓ ଯୋଜନାର ସଫଳତାରେ ଜନସାଧାରଣ ଭାଗୀଦାରୀ ହେବା ପାଇଁ ଏହି ପିଠା ଯୋଜନା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ସମିତି ସଭ୍ୟ ଜ୍ଞାନ ରଞ୍ଜନ ଜେନା ମଞ୍ଚାସୀନ ଥିବା ବେଳେ ପୁର୍ବତନ ସରପଞ୍ଚ ହରିିବନ୍ଧୁ କାର୍ଯ୍ୟୀ କାର୍ଯ୍ୟକ୍ରମରେ ସଂଯୋଜନା ଏବଂ ପି.ଇ.ଓ ଭାସ୍କର ଚନ୍ଦ୍ର ପାତ୍ର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୧ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୩ଜଣଙ୍କୁ ବିକଳାଙ୍ଗ ଭତ୍ତା ସମେତ ୫୮୧ ଜଣଙ୍କୁ ଗୃହନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ମଞ୍ଚାସୀନ ଅତିଥି ମାନେ ଭତ୍ତା ଓ କାର୍ଯ୍ୟାଦେଶ ହିତାଧିକାରୀମାନଙ୍କୁ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ପକ୍ଷରୁ ଯଥା- ବିଦ୍ୟୁତ ବିଭାଗ, ସ୍ୱାସ୍ଥ୍ୟ, ପ୍ରଭୃତି ବିଭାଗ ପକ୍ଷରୁ ସଚେତନତା ଷ୍ଟଲ ଏବଂ ଶିଶୁ ବିକାଶ ଆଇ.ସି.ଡି.ଏସ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ପିଠା କରାଯାଇ ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।