ହେଡଲାଇନସ୍:

ପିଠା କାର୍ଯ୍ୟକ୍ରମରେ ଅବ୍ୟବସ୍ଥାକୁ ନେଇ କ୍ଷୁବ୍ଧ ହୋଇ ଭୋକରେ ଫେରିଲେ  ହିତାଧିକାରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନା ଅରଜିବା ବଦଳରେ ବଦନାମ ହେଉଛନ୍ତି ସରକାର 

ଗାଇସିଲାଟ/କେଦାର ନାଥ ସାହୁ

ବରଗଡ ଜିଲ୍ଲା ଗାଇସିଲାଟ ବ୍ଳକ ଅନ୍ତର୍ଗତ  ରାଇସଲପଦର ଗ୍ରାମରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ଛଅଖଣ୍ଡ ଗ୍ରାମରୁ ପ୍ରାୟ ୨୦୦୦ ରୁ ଉର୍ଦ୍ଧ ଲୋକେ ଯୋଗ ଦେଇଥିଲେ । ପ୍ରାୟ ସକାଳ ୭ ଟା ରୁ ଆସି ବିଭିନ୍ନ ପ୍ରକାରର ପିଠା କରି ପ୍ରାୟ ୨୦୦ ଥାଳି ରୁ ଉର୍ଦ୍ଧ ପ୍ରଦର୍ଶନ କରିବା ସହିତ ବହୁତ ଗୁଡାଏ ସ୍ବୟଂ ସହାୟକ ଗୋଷ୍ଠି ସାମିଲ ହୋଇଥିଲେ  । ଦିନ ତମାମ ଅପେକ୍ଷା କରି ସମୟ ପ୍ରାୟ ୨ ଟା ବେଳକୁ ଖାଇବା ଦିଆ ଗଲା ସେଥିରେ ପୁଣି ବହୁତ କମ ଲୋକ ଖାଇପାରିଥିଲେ । ଖାଇବା ଜିନିଷ ,ଭାତ ଏବଂ ଖାଇବା ପ୍ଲେଟ୍ ସମାପ୍ତ ହୋଇଯାଇଥିଲା । ବଳକା ଲୋକେ ଏବଂ ମହିଲା ମାନେ ଉତ୍ତେଜିତ ହୋଇ ଖାଇବାପ୍ଲେଟ୍ କୁ ଫୋପାଡ଼ି ଦେବା ସହ ସରକାର ଙ୍କ ଉପରେ ବର୍ଶିଥିଲେ । ଯାହା ଖବର ଥିଲା ଲୋକେ ଘରେ ରନ୍ଧା ନକରି ପରିବାର ସହ ଆସିଥିଲେ ଏବଂ ଭୋକ ରେ ବିଭିନ୍ନ ପ୍ରକାରର ରାଗ ରୋଷ କରି କୈଣସି ଅତିଥି କାର୍ଯ୍ୟକ୍ରମରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଯୋଗଦେଇ ନଥିବାରୁ ଲୋକେ ଘରକୁ ଫେରି ଯାଇଥିଲେ । ଏମିତି ରେ ପିଠା କାର୍ଯକ୍ରମ ଅଧା ରେ ବନ୍ଦ ହୋଇଯାଇଥିଲା ଏବଂ ସ୍ଥାନୀୟ ସରପଞ୍ଚ କଳାକାର ଭତ୍ତା ବଣ୍ଟନ କଲେ । ସରପଞ୍ଚ କୁ  ସମସ୍ତଙ୍କ ପାଇଁ ଖାଦ୍ୟ କାହିଁକି କରାଗଲା ନାହିଁ ବୋଲି ପ୍ରଶ୍ନ କରିବାରୁ ସରପଞ୍ଚ ଶ୍ରୀଯୁକ୍ତ ନରେନ୍ଦ୍ର ଟଟଙ୍ଗ ନିଜର ସଫେଇ ଦେଇ କହିଲେ ଯେ,ଉକ୍ତ କାର୍ଯ୍ୟକ୍ରମପାଇଁ ସରକାର ଙ୍କ ପକ୍ଷରୁ ୨୫୦୦୦ ଟଙ୍କା ଆସିଥିଲା ସେଥିରେ ପୁଣି ଟେଣ୍ଟ ସାମଗ୍ରୀ ଓ ଚାଉଳ, ପନି ପରିବାର ରେ ସମାପ୍ତ ହୋଇଗଲା ସେଥି ପାଇଁ ଲୋକେ ଭୋକରେ ଚାଲିଗଲେ ବୋଲି କହିଛନ୍ତି ।ଏବଂ ଅନ୍ୟ ପଞ୍ଚାୟତ ମାନଙ୍କରେ ମଧ୍ୟ ଏହି 'ପିଠା' କାର୍ଯ୍ୟକ୍ରମ ହୋଇଥିବାରୁ ଅତିଥି ମାନେ ପହଞ୍ଚିପାରିଲେ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

0
0
0
s2sdefault