ଗୁଣୁପୁର/ ସିଦ୍ଧ।ର୍ଥ ଦାସ : ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଗର୍ଭବତୀ ଓ ଶିଶୁ ଙ୍କୁ ମାଗଣା ସେବା ଯୋଗାଇବେ କିନ୍ନର । ଏହି କ୍ରମରେ ଗୁଣପୁର ମା ମାଝିଗୌରୀ କମ୍ୟୁନିଟିବେସ୍ଡ଼ ଅର୍ଗାନାଇଜେସନ୍ ର କିନ୍ନର ମାନେ ୧୦ ଟି ପଞ୍ଚାୟତ ରେ ଏହି କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ଗୁଣପୁର ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ଙ୍କୁ ପ୍ରଦାନ କରିବା ସହ ଏସ୍ ଡ଼ି ପି ଓ ଏବଂ ବ୍ଲକ ସହକାରୀ ଯନ୍ତ୍ରୀ ଙ୍କୁ ମଧ୍ୟ ଅବଗତ କରାଇଛନ୍ତି ।
ଶଖା ସଙ୍ଗଠନ ର ରାଜ୍ୟ ସମ୍ପାଦକ ସାଧନା ମିଶ୍ର , କାର୍ଯ୍ୟକ୍ରମ ପରିଚାଳକ କ୍ରୀଷ୍ଣା ଏବଂ ରାୟଗଡ଼ା ଜିଲ୍ଲା ମା ମାଝିଗୌରୀ ସଙ୍ଗଠନ ର ସମ୍ପାଦକ ଶିଶିର କାନ୍ତ ମହାପାତ୍ର ଙ୍କ ନେତୃତ୍ୱ ରେ ଏହି ପତ୍ର ପ୍ରଦାନ କରିଥିଲେ ।