ରେଢ଼ାଖୋଲ ରୁ ଯଶୋବନ୍ତ ନାରାୟଣ ସାହୁ
ରେଢ଼ାଖୋଲ ଉପଖଣ୍ଡରେ ଲଘୁଚାପଜନିତ ବର୍ଷା ଓ ପ୍ରତିକୂଳ ପାଗ ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି l ଦୁଇଦିନ କ୍ରମାଗତ ବର୍ଷା ହେବାରୁ ଉପଖଣ୍ଡରେ ବିଳମ୍ବ କିସମ ଅମଳଯୋଗ୍ୟ ଧାନ ବହୁଭାବରେ କ୍ଷତି ହୋଇଛି l ଧାନ କାଟାଯାଇ ଜମିରେ ଧାନ ପେଟା ପଡ଼ିଥିବା , ଖଳା ଗୁଡ଼ିକରେ ଗଦା କରାଯାଇଥିବା ବେଳେ ସଂପ୍ରତି ତାହା ଗଜା ମାରିବା ପରିସ୍ଥିତି ହୋଇଛି l ଗତ କିଛି ବର୍ଷ ଧରି କ୍ରମାଗତ ବିପର୍ଯ୍ୟୟଜନିତ କ୍ଷତି ହେଉଥିବା ଓ ସରକାରୀ ସହାୟତା ଧର୍ମ କୁ ଆଖିଠାର ସଦୃଶ ମିଳୁଥିବାରୁ ଚାଷୀମହଲରେ ଏହାକୁ ନେଇ ନକରାତ୍ମକ ମମୋଭାବ ପ୍ରକାଶ ପାଇଛି l ପ୍ରଶାସନ ମଧ୍ୟ କ୍ଷୟକ୍ଷତି କୁ ସଠିକ ଆକଳନ କରିବା ପରିବର୍ତ୍ତେ କେବଳ ନିୟମ ପାଳନ ଭିତ୍ତିରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଇଛି l ସଂପ୍ରତି କ୍ଷୟକ୍ଷତିର ତୁରନ୍ତ ସଠିକ ଆକଳନ ଓ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବୀ କରୁଛନ୍ତି l