ତିର୍ତ୍ତୋଲ/ରମେଶ ମହାନ୍ତି
ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ ନାରାୟଣୀ ମନ୍ଦିର ପ୍ରାଙ୍ଗଣରେ "ପିଠା"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ଜିଲ୍ଲାର ଡେପୁଟି କଲେକ୍ଟରଙ୍କ ସମେତ ତିର୍ତ୍ତୋଲ ୨ନଂ ଜୋନ୍ ର ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାୟ (ଟୁଟୁଲା), ସମ୍ମାନିତ ଅତିଥିଭାବେ ଜିପିଓ ସଞ୍ଜୟ ଦାସ,ମତ୍ସ୍ୟ ବିଭାଗରୁ ବିକାଶ ସ୍ୱାଇଁ,ସ୍ଥାନିୟ ସରପଞ୍ଚ ମମତା ସାହୁ,ନାୟବ ସରପଞ୍ଚ ପ୍ରଭୁ ପ୍ରସାଦ ସ୍ୱାଇଁ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌତମ ପରିଜା ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ପାଲା ଜରିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏଥିସହିତ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଦ୍ୱାରା ତିଆରି ହୋଇ ଆସିଥିବା ବିଭିନ୍ନ ପ୍ରକାର ସ୍ୱାଦିଷ୍ଠ ପିଠା ପ୍ରଦର୍ଶନ କରାଯାଇଥିବା ଷ୍ଟଲ୍ କୁ ଅତିଥିମାନେ ବୁଲି ଦେଖିଥିଲେ।ପରେ ଅତିଥିମାନେ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାର ସୁଫଳ କିପରି ସମସ୍ତେ ପାଇପାରିବେ ସେଥିପାଇଁ ଉପସ୍ଥିତ ୫୦୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ ମାନଙ୍କୁ ଅବଗତ କରାଇଥିଲେ।ଶେଷରେ ଅତିଥିମାନେ ନୂତନ କଳାକାର ଭତ୍ତା,ମଧୁବାବୁ ଭତ୍ତା ପ୍ରଦାନ କରିବା ସହିତ ନୂତନ ବିଦ୍ୟୁତିକରଣ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।ଉକ୍ତ ପଞ୍ଚାୟତ ନିମକଣା ଗ୍ରାମର କଣ୍ଠଶିଳ୍ପୀ ନଳିନୀ ପ୍ରଭା ସିଂ ଅତିଥିମାନଙ୍କ ଠାରୁ ୨ମାସର କଳାକାର ଭତ୍ତା ୨୪୦୦ଟଙ୍କାର ଚେକ୍ ଗ୍ରହଣ କରିବା ପରେ ଖୁସିହୋଇ ଏକ ସୁମଧୁର ସଙ୍ଗୀତ ଗାଇଥିଲେ।ପରେ ୨୯ ଜଣଙ୍କୁ ମଧୁବାବୁ ଭତ୍ତା ପ୍ରଦାନ କରାଯାଇଥିଲା।