ହେଡଲାଇନସ୍:

କାର ଓ ଅଟୋ ମୁହାଁ ମୁହିଁ ଧକା , ଅଟୋ ଚାଳକଙ୍କ ମୃତ୍ୟୁ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୟାଗଡ (ବିଶ୍ୱଜିତ ନାୟକ)- ନୟାଗଡ ସହରର ପି.ଟି.ଏସ  ଛକ ଠାରେ ବୁଧବାର ରାତିରେ ଏକ କାର ଓ ଅଟୋ ମୁହାଁ ମୁହିଁ ଧକା ହେଇଛି I ଏଥିରେ ଅଟୋ ଚାଳକଙ୍କ ମୃତ୍ୟୁ  ଘଟିଛି I ଅଟୋଚାଳକ ହେଉଛନ୍ତି ଶରଣକୂଳ ଥାନା ହରିହରପୁର ଗ୍ରାମର ସୁମନ୍ତ ନାୟକ (୨୮) ଏବଉଁ କାର ଡ୍ରାଇଭର ଜଣଙ୍କ ମଧ୍ୟ ଆହତ ହୋଇଛନ୍ତି I ସୁମନ୍ତ ନୟାଗଡ ରୁ ଅଟୋ ଧରି (ଓଡି୨୫ଡି ୦୮୫୧) ଗ୍ରାମକୁ ଫେରୁଥିଲେ ଏହିସମୟରେ (ଓଡି ୦୨ AQ ୫୪୭୧)  ନମ୍ବର ବିଶିଷ୍ଟ କାର ଶରଣକୂଳରୁ ନୟାଗଡ ଅଭିମୁଖେ ଆସୁଥିବାବେଳେ ପି.ଟି.ଏସ  ଛକଠାରେ ମୁହାଁମୁହିଁ ଧକା ହୋଇଥିଲା I ସେଠାରେ ଥିବା ସ୍ଥାନୀୟ ଯୁବକମାନେ  ଏକ ଅଟୋ ଭଡା କରି ସୁମନ୍ତଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟକୁ ଆଣିଥିଲେ I ସେଠାରେ ଡାକ୍ତର ସୁମନ୍ତଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ I

0
0
0
s2sdefault