ହେଡଲାଇନସ୍:

ପିଠାକୁ ନେଇ ଝେକେ ଝେକେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଝାରବନ୍ଧରୁ ସଦାନନ୍ଦ ବେହେରା 

ବରଗଡ଼ ଜିଲ୍ଳା ଝାରବନ୍ଧ ବ୍ଲକ ଝାରବନ୍ଧ ପଞ୍ଚାୟତ ହସ୍ପିଟାଲ ପଡିଆ ରେ ଝାରବନ୍ଧ ବ୍ଲକ ବିଡିଓ ଟିକେଶ୍ଵର ପଟେଲ ଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଦିନ ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ ଏବଂ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ମୂଖ୍ୟ ଅତିଥି .ସରପଞ୍ଚ ଧନମତି ପାଣ୍ଡେ ଓ ଜିଲ୍ଳା ପରିଷଦ କୁମୁଦିନୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଝାରବନ୍ଧ ବିଡ଼ିଓ ସଭା ପରିଚାଳନା କରିଥିଲେ। ଏହି ସଭାରେ ସି.ଡବ୍ଲ୍ୟୁ.ଏସ.ଏନ.ଅଧିକାରୀ.ଆଇ. ସି. ଡି. ଅସ ଅଧିକାରୀ ଆଶାକର୍ମୀ,ଅଙ୍ଗନବାଡ଼ି କର୍ମୀ, ପ୍ରାଥମିକ ଚିକିତ୍ସାଲୟର ନର୍ସ, ଓ ବିଦ୍ୟୁତ ବିଭାଗ ର ଅମରେଶ କନ୍ଧ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ,  ନିଜ ନିଜ ବିଭାଗ ର ଅଧିକାରୀ ମାନେ ରହି କି ଭଲି ଭାବରେ ସାଧାରଣ ଲୋକ ମାନଙ୍କୁ ସରକାରୀ ସୁବିଧା ଓ କି ଭଲି ଭାବରେ ତାହାର ଫାଇଦା ଉଠାଇ ପାରିବେ ଓ ଉପକୃତ ହେବେ ତାହା ଆଲୋଚନା ହୋଇଥିଲା।ଏହି ସଭା ରେ  ଝାରବନ୍ଧ ପଞ୍ଚାୟତ ର ୬ଟି ଗ୍ରାମ ରୁ ପ୍ରାୟ ୧୯ ଟି ସ୍ବୟଂ ସ୍ୱହାୟିକ ଗୋଷ୍ଠୀ ର ମହିଳା ମାନେ ଯୋଗଦାନ କରିଥିଲେ, ନିଜେ ମହିଳା ମାନେ ହାତ ତିଆରି କାକରା,ଆରିସା, ବିରୀ ବଡ଼ି, କଂକଖାରୁ ବଡି, ବିରି ବଡା, ପାପଡ଼, ଇତ୍ୟାଦି ଅନେକ ପ୍ରକାର ପିଠା ପ୍ରସ୍ତୁତି କରି ଥିଲେ, ଏହା ପରେ ୧୭ ଜଣ କଳାକାରଙ୍କ ଙ୍କୁ କଳାକାର ଭତ୍ତା ବଣ୍ଟନ କରାଗଲା ଓ ମଧୁବାବୁ ପେନସନ ରେ ଅନେକ  ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଗଲା, ସଭା ଶେଷରେ ରେ ଝାରବନ୍ଧ ବିଡ଼ିଓ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରାୟ ପଂଚାୟତ ୨୦୦୦ ରୁ ଉର୍ଦ୍ଧ୍ବ ଲୋକ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଠା କାର୍ଯ୍ୟକ୍ରମକୁ ନେଇ ଜଣ ପ୍ରତିନିଧିଙ୍କ ଭିତରେ ଝେକେ ଝେକେ ହୋଇଥିବା ଦେଖିବାକୁ ମିଳିଥିଲା | ବ୍ଲକ ଅଧ୍ୟକ୍ଷ ପିଠା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବା ବେଳେ ବିଧାୟକ ଏହାକୁ ରାଜନୈତିକ ଢଙ୍ଗରେ ସମାଲୋଚନା କରିଥିଲେ | 

0
0
0
s2sdefault