ଅସ୍ତରଙ୍ଗ: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ର ନାଥ ନାୟକ ଙ୍କ 92 ତମ ଜନ୍ମ ଜୟନ୍ତୀରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ପାଟଳଦା ଗ୍ରାମ ପଞ୍ଚୟତ ର ସୁନ୍ଦର ଗ୍ରାମ ଠାରେ 1983 ମସିହାରେ ତାଙ୍କର ନିଜ ହାତରେ ପ୍ରତିଷ୍ଠା ହୋଇଥିଵା ସୁରେନ୍ଦ୍ର ନାଥ ବିଦ୍ୟାପୀଠ, ପରି ସରରେ ପବିତ୍ର ବାହୁଡା଼ ତିଥିରେ ସ୍ୱର୍ଗତ ନାୟକ ଙ୍କର ପ୍ରତୀ ମୁର୍ତ୍ତୀ ଉନ୍ମୋଚନ ହୋଇଛି l ଏହି ପ୍ରତି ମୂର୍ତ୍ତୀ କୁ ଉନ୍ମୋଚନ କରିଥିଲେ ସମାଜ ସେବି ତଥା ଗାନ୍ଧୀବାଦୀ ପ୍ରହଲାଦ କୁମାର ସିଂ l ସମ୍ମାନିତ ଅତିଥି ଭାବେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ମୁଖ୍ୟ ଵକ୍ତା ଭାବେ ତାଙ୍କର ପୁତ୍ର ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ରହିଥିବା ବେଳେ, ପୂର୍ବତନ ଜିଲ୍ଲା ପରିଷଦ ପୁରୀ ର ଅଧକ୍ଷ ଜ୍ୟୋତ୍ରୀମୟ ଦଳାଇ, ସରପଞ୍ଚ ଖିରୋଦ କାଣ୍ଡି ଓ ଯଶୋବନ୍ତ ନାୟକ, ସମିତି ସଭ୍ୟ ମନ୍ଦାକିନୀ ଛାଟୋଇ, ବୁଦ୍ଧିଜୀବୀ ଦୁଷ୍ମନ୍ତ ବେହେରା ଓ ରାମଚନ୍ଦ୍ର ସ୍ୱାଇଁ,ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ବେହେରା, ପ୍ରମୁଖ ଅତିଥି ଭାବେ ଯୋଗ ଦାନ କରି ସ୍ୱର୍ଗତ ନାୟକ ଙ୍କର ରାଜନୈତିକ ଜୀବନ ଆରଂଭ ରୁ ଶେଷ ପର୍ଯ୍ୟନ୍ତ କିପରି ଥିଲା ତାହା ବର୍ଣ୍ଣନା କରିଥିଲେ l ତାଙ୍କ ସ୍ମୃତି ରେ "ଅମ୍ଲାନ" ବୋଲି ଏକ ପତ୍ରିକା କୁ ଅତିଥି ମାନେ ଉନ୍ମୋଚନ କରିଥିବା ବେଳେ, ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଶିକ୍ଷକ ଧୀରେନ୍ଦ୍ର ପ୍ରଧାନ, ବିଚିତ୍ରା ନନ୍ଦ ବିଶ୍ୱାଳ, ଓ ଶିକ୍ଷୟତ୍ରୀ ପ୍ରିୟ ଦର୍ଶିନୀ ସେନାପତି l ଅପର ପକ୍ଷରେ ତାଙ୍କ ବାସ ଭବନ ଓ ପଦ୍ମ ଚରଣ ସାମନ୍ତସିଂହାର ଟ୍ରଷ୍ଟ ପରିସରରେ ସ୍ୱର୍ଗତ ନାୟକ ଙ୍କର ପ୍ରତି ମୂର୍ତ୍ତୀ ଉନ୍ମୋଚନ ହୋଇ ଯାଇଛି l