ଗୁଣପୁରରୁ ସିଦ୍ଧାର୍ଥ ଦାଶ
ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ର ୨୦୦୮ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ର ଯୁବ ଛାତ୍ର ମାନଙ୍କୁ ନେଇ ଏକ ଆଦିତ୍ୟ ବାହିନୀ ନାମକ ଟ୍ରଷ୍ଟ ଗଠନ କରାଯାଇଛି । ଉକ୍ତ ଟ୍ରଷ୍ଟ ର ସାଧାରଣ ସଭା ଓ ବଣଭୋଜି ଗୁଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସାଧାରଣ ସଭା କୁ ସୌରଭ ବାଉରୀ ସଭାପତିତ୍ୱ କରିଥିଲେ । ନବ ନିର୍ମିତ ଯୁବ ଆଦିତ୍ୟ ବାହିନୀର ସଭାପତି ଭାବେ ଆଦିତ୍ୟ ନାରାୟଣ ମିଶ୍ର , ଉପସଭାପତି ଭାବେ ଲାଡ଼ି ଅନୁପ କୁମାରଙ୍କୁ ଉକ୍ତ ସଭାରେ ଚୟନ କରାଯାଇଥିଲା । ଯୁବ ଆଦିତ୍ୟ ବାହିନୀର ସଭ୍ୟ ସକ୍ରିୟ ଭାବେ କେତେକ ଯୁବ ଛାତ୍ର ମାନଙ୍କୁ ମିଳିତ କରାଯାଇଥିଲା ।
ଉକ୍ତ ସଭାରେ ବାଉରୀ ସାହିର ଦିବ୍ୟାଙ୍ଗ ସନ୍ତୋଷ ବାଉରୀ ଯିଏ କି ଠିକ ସେ ଚାଲି ପାରନ୍ତିନି କି କଥା ମଧ୍ୟ କହି ପାରନ୍ତିନି ତାଙ୍କୁ ଆଦିତ୍ୟ ବାହିନୀ ପକ୍ଷରୁ ଶୀତ ବସ୍ତ୍ର ଏବଂ ୫୦୦୦ ଟଙ୍କା ନଗଦ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଯୁବ ଆଦିତ୍ୟ ବାହିନୀର ସଭାପତି ଗରିବ ଲୋକଙ୍କ ଝିଅ ବାହାଘରରେ ସହାୟତା , ରକ୍ତ ଦାନ କରିବା , ଯେ କୌଣସି ଅସୁବିଧା ଓ ସୁବିଧା ରେ ଯଥା ଶକ୍ତି ଟଙ୍କାରେ ସହଯୋଗ ଓ ସାହାଯ୍ୟ କରିବାକୁ ପ୍ରୟାସ କରିବାକୁ ଉତ୍ସାହିତ କରିଥିଲେ ।