ଗୁଣପୁରରୁ ସିଦ୍ଧାର୍ଥ ଦାଶ
ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ଦାବି ନେଇ ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ରେ ସମସ୍ତ ଦୋକାନ, ହୋଟେଲ, ବଜାର , ଶିକ୍ଷାନୁଷ୍ଠାନ , ବ୍ୟାଙ୍କ, ସରକାରୀ - ବେସରକାରୀ ବ୍ୟବସାୟ କେନ୍ଦ୍ର ,ବସ୍ , ଅଟୋ, ଟ୍ରେନ ତଥା ଚକା ବନ୍ଦର ଡାକରା ଦିଆଯାଇଥିଲା । ଏହି ଆନ୍ଦୋଳନ ତଥା ଗୁଣପୁର ବନ୍ଦ ଡାକରାକୁ ସଫଳ କରିବା ନିମନ୍ତେ ସମସ୍ତ ସଙ୍ଗଠନ ସେମାନଙ୍କ ସମର୍ଥନ ଜଣାଇଥିଲେ | ଏହି ବନ୍ଦ ଜରଣରୁ ଗୁଣୁପୁର ସହରରେ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଯାଇଥିଲା |
ବିଗତ ୧୦ ବର୍ଷ ହେବ ଆଇନଜୀଵୀମାନେ ସମାଜ ର ଶ୍ରମିକ , କୃଷିଜୀଵୀ , କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ , ଚାକିରିଆ , ନିରୀହ ନିଷ୍ପେସିତା ମହିଳାମାନଙ୍କୁ ଉଚିତ ଓ ତ୍ୱରିତ ନ୍ୟାୟ ଦେବା ପାଈଁ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ଏକ ସ୍ଥାୟୀ ବେଞ୍ଚର ଆବଶ୍ୟକତା ରହିଥିବାରୁ ବିଗତ ୧୦ ବର୍ଷ ରୁ ଆଜି ଯାଏଁ ଆନ୍ଦୋଳନ କରିଆସୁଥିଲେ କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ ।
ଏଠାରେ ପ୍ରକାଶ ଥାଉକି ସ୍ଥାୟୀ ହାଇକୋର୍ଟ ବ୍ୟାଞ୍ଚ ପ୍ରତିଷ୍ଠା ନେଇ ୧୯୮୬ ଜଷ୍ଟିସ ଯଶବଂତ୍ ସିଂ କମିଶନ ଓ ୨୦୧୪ ଜଷ୍ଟିସ ସି ଆର ପାଲ କମିଶନ ଙ୍କ ସମସ୍ତ ମାନଦଣ୍ଡ ପୂର୍ଣ୍ଣ କରୁଅଛି । ଦୀର୍ଘ ୬୦୦ କିମି ଦୂରତା , ଆର୍ଥିକ ଦୂରବସ୍ତା ଯୋଗୁଁ ବହୁ ବ୍ୟକ୍ତି ଓ ତାଙ୍କ ମାମଲା ପ୍ରକୃତ ନ୍ୟାୟ ପାଇବା କୁ ବଞ୍ଚିତ ହେଉଛି , କାରଣ ହାଇକୋର୍ଟ ଯିବା ସମସ୍ତ ଙ୍କ ପକ୍ଷେ ଆର୍ଥିକ ଦୁର୍ବଳତା ଓ ଦୂରତା ଯୋଗୁଁ ସମ୍ଭବ ହେଉନାହିଁ ବୋଲି ଗୁଣପୁର ବାର୍ ଆସୋସିଏସନ୍ ସଭାପତି ଶ୍ରୀ ବ୍ରହ୍ମାନନ୍ଦ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି ।
ବିଗତ ଦିନ ରେ ସଂଘ କର୍ମକର୍ତ୍ତା ମାନେ ମିଳିତ ହୋଇ ରାଜ୍ୟ ବାର୍ କାଉନସିଲ , ରାଜ୍ୟ ମୁଖ୍ୟମନ୍ତ୍ରୀ , ଆଇନମନ୍ତ୍ରୀ , ହାଇକୋର୍ଟ ମୁଖ୍ୟ ବିଚାରପତି , କୋରାପୁଟ ଓ ନବରଙ୍ଗପୁର ପାର୍ଲାମେଣ୍ଟ ସଭ୍ୟ , ବିଧାନସଭା ସଭ୍ୟ ସହ କେନ୍ଦ୍ର ଆଇନମନ୍ତ୍ରୀ ଓ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କୁ ଏ ବିଷୟରେ ଲିଖିତ ଦାବି କରିଥିବା ସତ୍ୱେ କିଛି ଫଳ ନ ହେବାରୁ ଯଥାର୍ଥ ସମୟସୀମା ନୋଟିସ ଦେଇ ବହୁ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା ଜାରି ରଖିଛନ୍ତି ବୋଲି ସଂଘ ଉପସଭାପତି ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ ସୁଚନା ଦେଇଛନ୍ତି ।