ହେଡଲାଇନସ୍:

ଅସ୍ତରଙ୍ଗ ଓ କାକଟପୁର ବ୍ଲକ ର ବିଭିନ୍ନ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ: କାକଟପୁର ନିର୍ବାଚନ ମଣ୍ଡଳୀ ଗସ୍ତ ଅବସରରେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, କାକଟପୁର ନିର୍ବାଚନ ମଣ୍ଡଳୀ ମଧ୍ୟରେ ରହିଥିବା କାକଟପୁର ଏବଂ ଅସ୍ତରଙ୍ଗ ବ୍ଲକ ର ମୋଟ ଚାରି ଗୋଟି ରାସ୍ତା ଓ ଗୋଟିଏ ସେତୁ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି | ସେଥି ମଧ୍ୟ ରୁ କାକଟପୁର ପାଟସୁନ୍ଦର ପୁର ରାସ୍ତା 7 କୋଟି ରହି ଥିବା ବେଳେ, ମାଳଦା ଠାରୁ ଆଙ୍କୁଅ 4 କୋଟି, ଇନ୍ଦିରା ବଜ଼ାର ଠାରୁ କନ୍ତି ମଳା 3 କୋଟି, ଓଥକା ଠାରୁ ବାଙ୍ଗୁରି ଗାଁ 3କୋଟି ରହି ଅଛି | ସେହି ପରି ବାଙ୍ଗୁରି ଗାଁ ଠାରୁ ଅସ୍ତରଙ୍ଗ ବ୍ଲକ ର ସିରେଇ ରାସ୍ତା ରେ ପ୍ରାଚୀ ନଦୀ ଉପରେ ସୁ ଉଚ୍ଚ ସେତୁ ନିର୍ମାଣ ହେଵା ପାଇଁ ତେଇସି କୋଟି ବ୍ୟୟ ବରାଦ କରାଯାଇ ମୋଟ ରାସ୍ତା ଓ ସେତୁ ମିଶି ରାଜ୍ୟ ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ପାଞ୍ଚଟି ପ୍ରକଳ୍ପ ର ବ୍ୟୟ ଅଟକଳ ମୂଲ୍ୟ ମୋଟ 40 କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଅଟକଳ ରଖିଛି | ଆଜିର ଏହି କାର୍ଯକ୍ରମ ରେ ମନ୍ତ୍ରୀ ଙ୍କ ସହିତ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ, ସଂସଦ ପ୍ରତିନିଧି ଦିବାକର ଛାଟୋଇ, ନିମାପଡା ର ପୂର୍ବତନ ବିଧାୟକ ବାଇଧର ମଳିକ, ଅସ୍ତରଙ୍ଗ ବ୍ଲକ ବିଡ଼ିଓ ସସ୍ମିତା ବେହେରା, ଗ୍ରାମ ଉନ୍ନୟନ ବିଭାଗ ର,ନିମାପଡା ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ଦଳାଇ,କାକଟପୁର ନିର୍ବାହୀ ଯନ୍ତ୍ରୀ ତ୍ରିଲୋଚନ ପାତ୍ର, ଅସ୍ତରଙ୍ଗ ର କନିଷ୍ଠ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ତାଡ଼ ଓ ନରେନ୍ଦ୍ର କୁମାର ପଢିଆରି ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ଅନେକ ବିଜେପି କର୍ମୀ ସାମିଲ ହୋଇ ରାଜ୍ୟ ସରକାର ଙ୍କ ବିଭିର୍ନ ଲୋକାଭିମୁଖୀ ଯୋଜନାର ଶୁଭ ଦଘାଟନ ରେ ସାମିଲ ଥିଲେ l

0
0
0
s2sdefault