ବାସୁଦେବପୁର - ଗୁରୁବାର କେନ୍ଦ୍ର ସରକାର ଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଦିନ ରେ ବାସୁଦେବପୁର ବିଜେପି କାର୍ଯ୍ୟ କର୍ତ୍ତା ଙ୍କ ତରଫ ରୁ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ଜିଲ୍ଲା ବିଜେପି ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ ଙ୍କ ନେତୃତ୍ୱ ରେ କାର୍ଯ୍ୟ କର୍ତ୍ତା ମାନେ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଫଳ ବଣ୍ଟନ କରିଥିଲେ ପରେ ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ରେ ଦୀପ ଦାନ କରିବା ସହ ପୂଜା ପାଠ କରିଥିଲେ।
ଶେଷ ରେ ବିଜେପି କାର୍ଯ୍ୟ କର୍ତ୍ତା ମାନେ ସ୍ଥାନୀୟ ସତସଙ୍ଗ ମନ୍ଦିର ପରିସର ରେ ବୃକ୍ଷ ରୋପଣ କରିଥିଲେ। ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ ଙ୍କ ସହ କାଉନସିଲର ଜଗବନ୍ଧୁ ଦାସ, ପ୍ରଦୀପ କୁମାର ମହାନ୍ତି, ପ୍ରତାପ ସେନାପତି, ଅସିତ୍ କୁମାର ଦାସ,ମହେଶ୍ୱର ଧଳ, ହେମନ୍ତ ସନ୍ଧି ବିଗ୍ରହ, ରାଜେନ୍ଦ୍ର ବାରିକ୍, ଆନନ୍ଦ ଦାସ, ରଞ୍ଜନ ବାରିକ୍, ରାଧା କାନ୍ତ ସାମଲ ଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ରହିଥିଲେ।
ରାଜ୍ୟ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଦିନ ରେ ବିଭିନ୍ନ କାର୍ଯ୍ୟ କ୍ରମ। :ଫଳ ବଣ୍ଟନ, ଦୀପ ଦାନ, ବୃକ୍ଷ ରୋପଣ କଲେ ବିଜେପି କାର୍ଯ୍ୟ କର୍ତ୍ତା।
- Hits: 12