ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ବିଷୟ ଆଧାରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଅନୁଷ୍ଠାନ ପ୍ରିନ୍ସିପାଲ ଡଃ.କାହ୍ନୁଚରଣ ଚରଣ ପାଣିଗ୍ରାହୀ ଓ ପ୍ରଶାସନିକ ଅଧିକାରୀ ପି.ଭି କୋଟେଶ୍ୱର ରାଓ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରିନ୍ସିପାଲ ଡଃ. ପାଣିଗ୍ରାହୀ ସ୍ବାସ୍ଥ୍ୟ ପାଇଁ ଯୋଗର ଉପକାରିତା ବିଷୟରେ କହିଥିଲେ ।
ସେହିପରି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଯୋଗ କରିବା ଦ୍ବାରା ସ୍ବାସ୍ଥ୍ୟ କିପରି ସୁସ୍ଥ ରହୁଛି ଓ ଯୋଗ ସାଧନ କରିବା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ଦାଉରୁ ନିଜକୁ ରକ୍ଷା କରିବା ସହ ନିଜ ଆତ୍ମୀୟ ସ୍ୱଜନ ଙ୍କୁ ଯୋଗ କରିବା ପାଇଁ ନିଜ ବାର୍ତ୍ତା ମାଧ୍ୟମରେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ସହ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମିସି ଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମ କୁ ରାଜୀବ ପଣ୍ଡା ପରିଚାଳନା କରିଥିଲେ ।