ବିପର୍ଯ୍ୟୟ ପରିଚାଳନା ପ୍ରାକ୍ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୮।୬(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହ ଠାରେ ଓଡ଼ଗାଁ ବ୍ଳକ ଏବଂ ଏନ୍ଏସିର ମିଳିତ ସହଯୋଗରେ ବିପର୍ଯ୍ୟୟ ପରିଚାଳନା ପ୍ରାକ୍ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ଜିତେନ୍ଦ୍ର କୁମାର ନାୟକ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଏବଂ ଗ୍ରାମପଞ୍ଚାୟତ ଅଧିକାରୀ ବିଶ୍ବଜିତ ଜେନା ପ୍ରମୁଖଙ୍କ ସହିତ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପଞ୍ଚାୟତ ଜନ ପ୍ରତିନିଧି, ଅଗ୍ନିଶମ ସେବା ବାହିନୀ ଅଧିକାରୀ, ବ୍ଳକ୍ କୃଷି ଅଧିକାରୀ, ସ୍ବାସ୍ଥ୍ୟ କର୍ମଚାରୀ, ବନାଞ୍ଚଳ କର୍ମଚାରୀ, ବିଦ୍ୟୁତ୍ ବିଭାଗୟ ଅଧିକାରୀ ଓ ପ୍ରତିନିଧି ମାନଙ୍କ ସହିତ ହିସାବ ରକ୍ଷକ ଏବଂ ତଥ୍ୟ ନିକ୍ଷେପଣ ପରିଚଳକମାନେ ଗୋଟିଏ ଟେବୁଲରେ ବସି ଆଲୋଚନା କରିଥିଲେ। ବିଶେଷ କରି ଓଡ଼ଗାଁ ବ୍ଳକ୍ ଅଞ୍ଚଳରେ କାଳବୈଶାଖୀ, ବର୍ଷା, ବାତ୍ୟା, ବନ୍ୟାର ପ୍ରକୋପ ଦେଖିବାକୁ ମିଳୁଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ମନୁଷ୍ୟ ଏବଂ ଗୃହପାଳିତ ପ୍ରାଣୀ ମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ସହିତ ସେମାନଙ୍କ ପାଇଁ ଖାଦ୍ୟ, ବସ୍ତ୍ରର ବ୍ୟବସ୍ଥା କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ବିଡିଓ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

0
0
0
s2sdefault