ଉପଖଣ୍ଡ ସ୍ତରୀୟ ବିକାଶ ମେଳା ଓ ନୃସିଂହନାଥ ଠାରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନତିକରଣ ନିମନ୍ତେ ୧ କୋଟି ଟଙ୍କା ଅଟକଳ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ମନ୍ଦିର ପରିସରରେ ବୃକ୍ଷ ରୋପଣ କଲେ ମନ୍ତ୍ରୀ

ବରଗଡ, ତା-୧୮. ୦୬. ୨୦୨୫: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଆଜି ପଦମପୁର ଇନଡୋର ଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ ବିକାଶ ମେଳାକୁ ବରଗଡ଼ ଜିଲ୍ଲା ପ୍ରଭାରି ତଥା ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଡ଼ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିବା ସହ ରାଜ୍ୟ ସରକାରଙ୍କ ଏକ ବର୍ଷର ସେବା, ସୁଶାସନ ଓ ସଫଳତାର କଥା କହିଥିଲେ । କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନା ଭଳି ଭିଭିନ୍ନ ସରକାରୀ ଯୋଜନାରେ ସହାୟତା ରାଶି ଏବଂ କାର୍ଯ୍ୟାଦେଶ ପ୍ରଦାନ କରିବା ସହ ପଦ୍ମପୁର ଉପଖଣ୍ଡର ସଫଳ କଳା ଧାନ ଚାଷୀ ଭାବେ ଝାରବନ୍ଧ ବ୍ଲକ ମହାଗାଁ ର ଶ୍ରୀ ଗୁଣନିଧି ନାୟକ, ଜମରତଲା ଗ୍ରାମର ସଫଳ କପା ଚାଷୀ ଶ୍ରୀ ରବିନ୍ଦ୍ର ସାହୁ, ସଫଳ ସୁଭଦ୍ରା ହିତାଧିକାରୀ ଭାବେ ମହୁଲପାଲିର ଶ୍ରୀମତୀ ଡାଳିମ୍ବ ସାହୁ ଏବଂ ସଫଳ ଲକ୍ଷପତି ଦିଦି ଶ୍ରୀମତୀ ଭୁମିସୁତା ସାହୁଙ୍କ ସମେତ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷାରେ ନିୟୋଜିତ ବିନ୍ଦ୍ୟବାସିନି ବନ ସୁରକ୍ଷା ସମିତି ଜର୍ଜଗଡ, ଗୁରୁଣ୍ଡା ବନ ସୁରକ୍ଷା ସମିତି, ରାଇବାହାଦୁରପୁର ବନ ସୁରକ୍ଷା ସମିତି ଏବଂ ଧଉଲିବାହାଲ ବନ ସୁରକ୍ଷା ସମିତିକୁ ସମ୍ମାନିତ କରିଛନ୍ତି।

ଉକ୍ତ କାଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମଂଚାସୀନ ହୋଇ ଓଡିଶା ସରକାରଙ୍କ ଏକ ବର୍ଷର ସମସ୍ତେ ଉପଲବ୍ଧି ଏବଂ ଭାରତ ସରକାରଙ୍କ ୧୧ ବର୍ଷର ଉପଲବ୍ଧି ଗୁଡିକୁ ଉପସ୍ଥାପନ କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ପଦମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୃ ଣାଲ ମୋତିରାମ ଚୌହାନ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ମଂଚାସୀନ ଥିଲେ ।

ଅପରାହ୍ନ ରେ ଜିଲ୍ଲା ପ୍ରଭାରି ତଥା ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଡ଼ା ମୁକେଶ ମହାଲିଙ୍ଗ, ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏବଂ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ସର୍ବମୋଟ ୧ କୋଟି ଟଙ୍କା ଅଟକଳ ମୂଲ୍ୟରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ।

0
0
0
s2sdefault